ବିରାମିତ୍ରପୁର ରେ ବିଭିନ୍ନ ପ୍ରକଳ୍ପ ଲାଗି ୨କୋଟି ୬୦ଲକ୍ଷ ଟଙ୍କା ମଞ୍ଜୁର।। ଲୋକମାନେ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଲେ ।

0 395

ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ସହରର ଉନ୍ନତିକରଣ ଲାଗି ମୁଖ୍ୟମନ୍ତ୍ରୀ ୨ କୋଟି ୬୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହି ଅର୍ଥ ମୁଖ୍ୟମନ୍ତ୍ରୀ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଖର୍ଚ୍ଚ ହେବ ।

ସମୁଦାୟ ୪୫ ଟି ପ୍ରକଳ୍ପରେ ଏହି ଅର୍ଥ ବିନିଯୋଗ ହେବ । ମୁଖ୍ୟତଃ ପବ୍ଲିକ ଜିମ , ଫିଟନେସ ପାର୍କ , ବିଭିନ୍ନ ସ୍ଥାନରେ ଛୋଟ ଛୋଟ ପାର୍କ , ପାନୀୟ ଜଳ ପ୍ରକଳ୍ପ , ଶୌଚାଳୟ , ରାସ୍ତା ଆଦିରେ ଏହି ଅର୍ଥ ଖର୍ଚ୍ଚ ହେବ । କିଛିଦିନ ପୂର୍ବରୁ 5 T ସେକ୍ରେଟାରୀ ଙ୍କ ସହ ବିରମିତ୍ରପୁର ବାସୀଙ୍କ ସହରର ଉନ୍ନତିକରଣ ଲାଗି ଆଲୋଚନା ହୋଇଥିଲା । ବିଭିନ୍ନ ସମସ୍ୟା ବାବଦରେ ଲୋକମାନେ 5 T ସଚିବଙ୍କୁ ଅବଗତ କରାଇଥିଲେ । ସହରର ଉନ୍ନତିକରଣ ଲାଗି ସାତ ଦିନ ମଧ୍ୟରେ ଅର୍ଥ ଆସିଯାଇଥିବାରୁ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହିପରିପ୍ରେକ୍ଷୀରେ ଗୁରୁବାର ସନ୍ଧ୍ୟାରେ ଏକ ସ୍ୱାଗତ ସମାରୋହ କରାଯାଇ ଲୋକମାନଙ୍କୁ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ବାବଦରେ ଅବଗତ କରାଯାଇଥିଲା । ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ପରିଷଦ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଏହି ସଭାରେ ଯୋଗଦେଇ ବିରମିତ୍ରପୁର ବାସୀଙ୍କ ସହ ଆଲୋଚନା କରିଥିଲେ ।

Leave A Reply

Your email address will not be published.