ତିନିମାସ ହେଲା ଗ୍ରାମରେ ନାହିଁ ବିଦ୍ୟୁତ ସଂଯୋଗ।। ପ୍ରତିବାଦରେ ବିରମିତ୍ରପୁର ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା।
ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ବ୍ଲକ ର କାଦୋବାହାଲ ପଞ୍ଚାୟତ ର ଘୋଘର ଗ୍ରାମବାସୀ ମାନେ ଗୁରୁବାର ଦିନ ବିରମିତ୍ରପୁର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଉକ୍ତ ଗ୍ରାମରେ ଗତ ତିନିମାସ ହେଲା ବିଦ୍ୟୁତ ଲାଇନ ନଥିବାରୁ ଗ୍ରାମବାସୀ ମାନେ ଘୋର ଅସୁବିଧା ଭୋଗୁଛନ୍ତି। ଗ୍ରାମରେ ଥିବା ଟ୍ରାନ୍ସଫର୍ମର ପୋଡିଯାଇଥିବାରୁ ଏପ୍ରକାର ପରିସ୍ଥିତି ସୃଷ୍ଟି ହୋଇଛି ।
ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରି ବିଦ୍ୟୁତ ସଂଯୋଗ ଦେବାକୁ ଅନୁରୋଧ କଲେ ମଧ୍ୟ କୌଣସି ଫଳ ମିଳୁନାହିଁ । ପ୍ରତିବାଦ ରେ ଆଜି ଗ୍ରାମ ବାସୀ ମାନେ ବିରମିତ୍ରପୁର ଟାଟା ପାୱାର ଲିମିଟେଡ଼ ର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଶୀଘ୍ର ବିଦ୍ୟୁତ ସଂଯୋଗ କରାନଗଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି ।
