ରାଉରକେଲା : ମହିଳା ବିଲ୍ ପ୍ରସଙ୍ଗ କୁ ନେଇ ବିଜେପି ର କଂଗ୍ରେସ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ।। ବିକ୍ଷୋଭ କୁ କଂଗ୍ରେସ୍ ର ନାପସନ୍ଦ।
ରାଉରକେଲା:୨୩/୪(ସତ୍ୟାନ୍ୟୁଜ) ମହିଳା ବିଲ୍ କୁ ନେଇ ଦେଖା ଦେଇଛି ଜୋରଦାର ବିରୋଧ। ବିଜେପି ଆଣିଥିବା ମହିଳା ବିଲ୍ କୁ କଂଗ୍ରେସ ଦଳ ସମର୍ଥନ କରି ନ ଥିଲା । ଯାହାକୁ ନେଇ ବିଜେପି ପକ୍ଷରୁ ଦେଶ ସାରା କଂଗ୍ରେସ କାର୍ଯ୍ୟଳୟ ସମ୍ମୁଖରେ ଜୋରଦାର ବିରୋଧ କରା ଯାଉଛି। ଆଜି ଏନେଇ ନେଇ ଶତାଧିକ ବିଜେପି ମହିଳା , ଯୁବ କର୍ମୀ ରାଉରକେଲା ୨୧ ନମ୍ୱର୍ ସେକ୍ଟରରେ ଥିବା କଂଗ୍ରେସ ଅଫିସ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଯୁବ ବିଜେପି କର୍ମୀ ଏବଂ ମହିଳା ମାନେ କଂଗ୍ରେସ ଅଫିସ୍ ମଧ୍ୟ କୁ ଧସେଇ ପଶିବାକୁ ଉଦ୍ୟମ କରିବା ବେଳେ ପୋଲିସ୍ ବିଜେପି କର୍ମୀଙ୍କୁ ଅଟକାଇ ଥିଲେ। ତେବେ ଜିଲ୍ଲା ପ୍ରଶାସନ କଂଗ୍ରେସ କମିଟି ପକ୍ଷରୁ ବିଜେପି ର ଏହି ବିରୋଧ କୁ ହାସ୍ୟାସ୍ପଦ କୁହା ଯାଇଛି। ମହିଳା ବିଲ୍ ୨୦୨୩ ରେ ପାସ୍ ହୋଇଥିବା ବେଳେ ଏବେ ଏହାକୁ ବିରୋଧ କରିବାକୁ ରାଜନୈତିକ ଅଭିସନ୍ଧି ମୂଳକ ବୋଲି କଂଗ୍ରେସ ପକ୍ଷରୁ କୁହା ଯାଇଛି।