ସୁନ୍ଦରଗଡ଼ ଜିଲ୍ଲା ବଣେଇ ଫରେଷ୍ଟ ରେଞ୍ଜ ର ତେନ୍ଦ୍ରା ଗ୍ରାମ ନିକଟରେ ଗୁରୁବାର ସକାଳେ ଏକ ଦନ୍ତାହାତୀ ର ମୃତ ଦେହ ଠାବ କରାଯାଇଛି । ହାତୀଟି କେଉଁ ପରିପ୍ରେକ୍ଷୀରେ ମୃତ୍ୟୁବରଣ କରିଛି ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ
। ଗ୍ରାମବାସୀଙ୍କ ଠାରୁ ଖବରପାଇ ବଣେଇ ବନ ବିଭାଗ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । କିଛିଦିନ ହେଲା ବଣେଇ ବନଖଣ୍ଡରେ ୫୦ ଟି ହାତୀ ତାଙ୍କର ଗତିବିଧି ଜାରି ରଖିଛନ୍ତି । ଦୁଇଟି ଦନ୍ତାହାତୀ ଦଳରୁ ଅଲଗା ହୋଇ ବିଭିନ୍ନ ଗ୍ରାମରେ ପଶି ଘରଦ୍ୱାର ଭାଙ୍ଗିବା ସହ ଫସଲ ନଷ୍ଟ କରୁଥିଲେ । ତେବେ ବୁଲୁଥିବା ମୃତ ଦନ୍ତାହାତୀ ଅଧିକ ବୟସ ଯୋଗୁ ମୃତ୍ୟୁବରଣ କରିଛି କିମ୍ବା ଅନ୍ୟ କୌଣସି କାରଣରୁ ମୃତ୍ୟୁ ହୋଇଛି ତାହା ପୋଷ୍ଟମର୍ଟମ ପରେ ଜଣାପଡିବ ବୋଲି ଏସିଏଫ କହିଛନ୍ତି ।

