ରାଉରକେଲା ଅଶୋକା ବ୍ରଦରସ ଫର୍ନିଚର ସୋରୁମ ରେ ଜିଏସଟି ବିଭାଗର ଚଢ଼ାଉ।। ନଜଣିଆ ଦୁଇଟି ଟିମ ର ସୋରୁମ ଏବଂ ଫ୍ୟାକ୍ଟ୍ରି ରେ ଚଢ଼ାଉ ଜାରି ।

0 565

ରାଉରକେଲା ଉଦିତନଗର ସ୍ଥିତ ମୁଖ୍ୟମାର୍ଗରେ ଥିବା ଅଶୋକା ବ୍ରଦରସ ରେ ସିଟି ଜିଏସଟି ଟିମ ପକ୍ଷରୁ ଚଢ଼ାଉ କରାଯାଇ କାଗଜପତ୍ର ଯାଞ୍ଚ ଚାଲିଛି । ଏହି ପ୍ରତିଷ୍ଠାନ ବିଭିନ୍ନ ପ୍ରକାର ଫର୍ନିଚର କିଣି ବିକ୍ରି କରୁଥିବା ବେଳେ ଏହାର ସଠିକ ଇନଭଏସ ଦେଉ ନଥିବା ଅଭିଯୋଗ ହେଉଛି ।

ଏହାଛଡା ଇନପୁଟ ଏବଂ ଆଉଟପୁଟ ଟ୍ୟାକ୍ସ ର ତାଳମେଳ ରହୁନଥିବା ସନ୍ଦେହ କରାଯାଉଛି । ବୁଧବାର ପୂର୍ବାହ୍ନ ସିଟି ଜିଏସଟି ନଅ ଜଣିଆ ସଦସ୍ୟ ବିଶିଷ୍ଟ ଦୁଇଟି ଟିମ ଅଶୋକା ବ୍ରଦରସ ର ସୋରୁମ ଏବଂ କାରଖାନା ଉପରେ ଚଢ଼ାଉ କରି କିଣାବିକା କାଗଜ଼ପତ୍ର ଯାଞ୍ଚ କରୁଛନ୍ତି । ଚଢ଼ାଉ ବାବଦରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଥିଲା ବେଳେ କେତେ ପରିମାଣର ଜିଏସଟି ଠକେଇ ହୋଇଛି ତାହା ଜଣାପଡିନାହିଁ ।

Leave A Reply

Your email address will not be published.