ରାଉରକେଲା : ଡିଏଭି ଟ୍ରାଫିକ ସିଗ୍ନାଲ ପୋଷ୍ଟ ନିକଟରେ ଲାଗିଲା ଗ୍ରିନ୍ ଶେଡ୍।। ଅନ୍ୟ ତିନୋଟି ପୋଷ୍ଟ ରେ ଲଗାଇବା ଦାବି।

0 111

ରାଉରକେଲା:୪/୪(ସତ୍ୟାନ୍ୟୁଜ) ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ସୂର୍ଯ୍ୟଙ୍କ ପ୍ରକୋପରୁ ସୁରକ୍ଷା ଦେବା ନିମନ୍ତେ ରାଉରକେଲା ମହାନଗର ନିଗମ ତରଫରୁ ଡିଏଭି ଛକ ନିକଟରେ ଅସ୍ଥାୟୀ ଗ୍ରୀନ୍ ସେଡ୍ ନିର୍ମାଣ କରାଯାଇଛି। ଯାହା ପଥଚାରୀ, ମୋଟରସାଇକଲ ଆରୋହୀ, ଟ୍ରାଫିକ କର୍ମଚାରୀଙ୍କୁ ଛାଇ ପ୍ରଦାନ କରୁଛି। ଟ୍ରାଫିକ ସିଗ୍ନାଲ ପୋଷ୍ଟ ରେ ଅଟୋମେଟିକ ଲାଇଟ୍ ସିଷ୍ଟମ୍ ଚାଲୁ ହୋଇ ଥିବାରୁ ଯାନବାହନ ଚାଳକ ମାନଙ୍କୁ ଖରାରେ ଅପେକ୍ଷା କରିବାକୁ ପଡ଼ୁଥିଲା। ଲୋକଙ୍କ ଅସୁବିଧା କୁ ଦୃଷ୍ଟିରେ ରଖି ସହରର ୪ଟି ଅଟୋମେଟିକ୍ ଟ୍ରାଫିକ ସିଗ୍ନାଲ ପୋଷ୍ଟ ରେ
ଗ୍ରିନ୍ ଶେଡ୍ କରିବାକୁ ସତ୍ୟା ନ୍ୟୁଜ ରେ ସମ୍ବାଦ ପରିବେଷଣ କରା ଯାଇଥିଲା। ଏବେ ମହାନଗର ନିଗମ ପକ୍ଷରୁ ଡି ଏ ଭି ଛକ ରେ ଗ୍ରିନ୍ ଶେଡ୍ ହୋଇଥିବା ବେଳେ ଅନ୍ୟ ତିନୋଟି ସ୍ଥାନରେ କରିବାକୁ ଦାବି ହୋଇଛି।

Leave A Reply

Your email address will not be published.