ସୁନ୍ଦରଗଡ଼ : ଘରେ ପଶି ବନ୍ଧୁକ ମୁନରେ ସଶସ୍ତ୍ର ଲୁଟ୍।। ଦୁଇ ମୁଖା ପିନ୍ଧା ଦୁର୍ବୃତ୍ତ ଲୁଟ୍ ରେ ସମ୍ପୃକ୍ତ।। ପୋଲିସ୍ ତଦନ୍ତ ଜାରି।
ସୁନ୍ଦରଗଡ଼:୪/୪(ସତ୍ୟାନ୍ୟୁଜ) ସୁନ୍ଦରଗଡରେ ଚାଞ୍ଚଲ୍ୟ। ସନ୍ଧ୍ୟା ବେଳେ ଘରେ ପଶି ବନ୍ଧୁକ ମୁନରେ ଲୁଟି ନେଲେ ସୁନା ଗହଣା । ଏପରିକି ଘରେ ପଶି ଶିଶୁ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା, ସୁନା ନଦେଲେ ଛୁଆ କୁ ମାରି ଦେବାକୁ ଧମକ ଦେଇଥିଲେ। ଫଳରେ ଘରେ ଥିବା ଶାଶୁ , ବୋହୁ ବେକ ଏବଂ କାନରୁ ସୁନା ଗହଣା ଖୋଲି ଦେଇଥିଲେ। ଏହାପରେ ଦୁର୍ବୃତ୍ତ ମାନେ ଘର ବାହାରୁ କବାଟ ବନ୍ଦ କରି ଫେରାର ହୋଇ ଯାଇଥିଲେ।
ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ସଦର ଥାନା ଅଞ୍ଚଳରେ। ଶୁକ୍ରବାର ସନ୍ଧ୍ୟା ୮ ଟା ରେ ଦୁଇଜଣ ମୁଖାପିନ୍ଧା ଦୁର୍ବୃତ୍ତ ବ୍ୟାଙ୍କ୍ କର୍ମଚାରୀ ପ୍ରଶାନ୍ତ କୁମାର ସିଂ ଙ୍କ ଘରେ ପଶିଥିଲେ। ପ୍ରଶାନ୍ତ କୋରାପୁଟ ଗ୍ରାମୀଣ ବ୍ୟାଙ୍କ୍ ରେ କାମ କରୁଥିବା ବେଳେ ସୁନ୍ଦରଗଡ଼ ଦାଇଜମହୁଲ ରେ ସ୍ତ୍ରୀ , ଦୁଇ ପୁଅ , ବୋହୂ , ୩ ବର୍ଷର ଶିଶୁ ରହୂଛନ୍ତି।
ଖବର ପାଇ ସଦର ଥାନା ପୋଲିସ , ଏସ ଡି ପି ଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ସନ୍ଧ୍ୟା ବେଳେ ଦୁର୍ବୃତ୍ତ ଙ୍କ ଏପରି ଦୁଃସାହସିକ କାର୍ଯ୍ୟ ପୋଲିସ୍ ଏବଂ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି।