ରାଉରକେଲା : ହନୁମାନ ବାଟିକା ଛକରେ ଭୟଙ୍କର ଦୁର୍ଘଟଣା।। ଟ୍ରେଲର ପଛରେ ପିଟି ଦେଲା ଦ୍ରୁତଗାମୀ କରି। ୨ ଗୁରୁତର ।

0 160

ରାଉରକେଲା : ୨୨/୮
(ସତ୍ୟାନ୍ୟୁଜ) ଦୁର୍ଘଟଣା ରୋକିବା ଲାଗି ସରକାର ଯେତେ କଡ଼ା ଆଇନ କଲେ ମଧ୍ୟ ଲୋକଙ୍କ ଦାୟିତ୍ୱ ହୀନତା ଯୋଗୁଁ ପ୍ରତିଦିନ ଦୁର୍ଘଟଣା ଘଟି ଧନ ଜୀବନ ହାନି ଘଟୁଛି। ଅଧିଙ୍କାଶ ଦୁର୍ଘଟଣା ଦୃତ ଗତିରେ ଗାଡି ଚାଳନା ଏବଂ ମଦ୍ୟପାନ କରି ଗାଡ଼ି ଚାଳନା ଯୋଗୁଁ ଘଟୁଥିବା ଏକ ସର୍ଭେ ରୁ ଜଣା ପଡିଛି। ଆଜି ଅପରାହ୍ନରେ ରାଉରକେଲା ହନୁମାନ ବାଟିକା ଘଡ଼ି ଛକ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟି ଦୁଇ ଜଣ ଗୁରୁତର ଅଛନ୍ତି। ଏକ ଦ୍ରୁତଗାମୀ କାର ଲୁହା ଏଙ୍ଗଲ୍ ବୋଝେଇ ଏକ ଟ୍ରେଲର କୁ ଧକ୍କା ଦେବା ଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନଙ୍କୁ ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନା ପଠା ଯାଇଥିବା ବେଳେ ଅନ୍ୟ ଜଣେ ପୋଲିସ ହେପାଜତ ରେ ଅଛି। କାର ଚଳାଉଥିବା ଯୁବକଙ୍କ ସହ ଅନ୍ୟ ମାନେ ମଧ୍ୟ ମଦ୍ୟପାନ କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି। କାର ଟି ଦୃତ ଗତିରେ ଯାଉଥିବାରୁ ଏବଂ ମଦ୍ୟପାନ କରି ଗାଡି ଚଳାଉ ଥିବାରୁ ଦୁର୍ଘଟଣା ଘଟି ଥିବା ସ୍ଥାନୀୟ ଲୋକେ କହୁଛନ୍ତି। ତେବେ ଉଦିତ ନଗର ଥାନା ପୋଲିସ୍ ଦୁର୍ଘଟଣାର ତଦନ୍ତ କରୁଛି।
କେବଳ ଆଜି କଥା ନୁହେଁ , ପ୍ରାୟ ପ୍ରତିଦିନ ରାଉରକେଲା ରିଙ୍ଗ ରୋଡ ରେ ଦୁର୍ଘଟଣା ଘଟୁଥିବାରୁ ପୋଲିସ୍ ପେଟ୍ରୋଲିଂ ସହ ଏନଫୋର୍ସମେଣ୍ଟ କଡାକଡି କରିବାକୁ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.