ରାଉରକେଲା : ସର୍କିଟ ହାଉସ୍ ରୁ ଅସ୍ତ୍ରଶସ୍ତ୍ର ଜବତ ପ୍ରକରଣ ରେ ପ୍ରକାଶ ପାସୱାନଙ୍କ ଦ୍ଵାରା ବ୍ୟବହୃତ ଗାଡ଼ି ଜବତ୍।। ତାଙ୍କୁ ଧରିବାକୁ ୩ ଟି ପୋଲିସ୍ ଟିମ୍ ଗଠିତ।

0 101

ରାଉରକେଲା : ୨୨/୮
(ସତ୍ୟାନ୍ୟୁଜ) ରାଉରକେଲା ସର୍କିଟ ହାଉସ୍ ରୁ ପିସ୍ତଲ୍ , ଗୁଳି ଜବତ ଘଟଣା ଏବେ ଭିନ୍ନ ମୋଡ ନେଇଛି। ଏହି ଘଟଣାରେ ୭ ଜଣ ଗିରଫ ହୋଇଥିବା ବେଳେ ସେମାନଙ୍କୁ ସେଠାରେ ରଖିବାରେ ଜଣେ ବିଜେପି ଯୁବ ନେତାଙ୍କ ନାଁ ଚର୍ଚ୍ଚାରେ ଥିଲା। ଏବେ ଏହି ଯୁବନେତା ପ୍ରକାଶ ପାସୱାନ ବୋଲି ଜଣା ପଡିଛି। ପୋଲିସ୍ ଗତକାଲି ପ୍ରକାଶ ବ୍ୟବହାର କରୁଥିବା ଗାଡ଼ି କୁ ଜବତ୍ କରିବା ପରେ ଘଟଣାରେ ତାଙ୍କ ସମ୍ପୃକ୍ତି ବାବଦରେ ଖୋଳତାଡ କରୁଛି। ପ୍ରକାଶ ଙ୍କ ଅନ୍ୟଦୁଇ ସହଯୋଗୀ ଙ୍କୁ ଥାନାରେ ରଖି ପଚରାଉଚୁରା ଚାଲିଛି। ପ୍ରକାଶ ଙ୍କୁ ଥାନା ଆଣି ପୋଲିସ୍ ପଚରା ଉଚୁରା କରିବାକୁ ଯୋଜନା କରିଥିବା ବେଳେ ସେ ମିଳୁନାହାନ୍ତି। ତାଙ୍କୁ ଧରିବାକୁ ପୋଲିସର ୩ ଟି ଟିମ୍ ରାଜ୍ୟ ତଥା ରାଜ୍ୟ ବାହାରେ ଡେରା ପକାଇଛନ୍ତି। ପ୍ରକାଶ ଦିଲ୍ଲୀ ଚାଲି ଯାଇ ଥିବା ସୂଚନା ପାଇବା ପରେ ପୋଲିସ ଟିମ୍ ଦିଲ୍ଲୀ ଯାଉଛନ୍ତି।

ଅନ୍ୟପକ୍ଷରେ ସର୍କିଟ ହାଉସ୍ ପ୍ରକରଣରେ ନିରପେକ୍ଷ ତଦନ୍ତ ଦାବି କରି ଆଜି ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ଏସପି ଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରା ଯାଇଛି। କଂଗ୍ରେସ ସଭାପତି ସବିର୍ ହୁସେନ୍ ସର୍କିଟ ହାଉସ୍ ର ଅସ୍ତ୍ରଶସ୍ତ୍ର ଜବତ ଘଟଣାରେ ପୋଲିସ କୁ ପ୍ରଶଂସା କରିଥିବା ବେଳେ ଘଟଣା ରେ ଜଡ଼ିତ ସମସ୍ତଙ୍କ ବିରୁଦ୍ଧ ରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Leave A Reply

Your email address will not be published.