ରାଉରକେଲା : ୫ ଲକ୍ଷ ଟଙ୍କା ନେଇ ଯାଉଥିବା ତହସିଲଦାର ଙ୍କୁ ଧରିଲା ଭିଜିଲାନ୍ସ।। ୫ ଲକ୍ଷ ସହ ସ୍କୋର୍ପିଓ ଜବତ୍।। ୩ ଟି ସ୍ଥାନରେ ଚଢ଼ାଉ।

0 352

ଲାଠିକଟା ତହସିଲଦାରଙ୍କୁ ଧରିଲେ ଭିଜିଲାନ୍ସ, ସ୍କୋର୍ପିଓ ସହ ଜବତ ହେଲା ୫ ଲକ୍ଷ ଟଙ୍କା ।
ରାଉରକେଲା, ଅଗଷ୍ଟ ୨୦: (ସତ୍ୟାନ୍ୟୁଜ) ଓଡ଼ିଶା ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ। ଲାଠିକଟା ତହସିଲଦାର ତଥା ସବ୍-ରେଜିଷ୍ଟ୍ରାର ମୁରଲୀଧର ଉର୍ମାଲଙ୍କ ଠାରୁ ୫ ଲକ୍ଷ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ।
ସୂଚନା ଅନୁସାରେ, ବିଶ୍ୱସନୀୟ ସୂତ୍ରରୁ ତଥ୍ୟ ପାଇବା ପରେ ଲାଠିକଟା ନିକଟ ରାଜାବସା ଛକରେ ଭିଜିଲାନ୍ସ ଟିମ୍ ମୁରଲୀଧର ଉର୍ମାଲଙ୍କୁ ଅଟକାଇଥିଲା। ସେ ନିଜ ଅଫିସରୁ ରାଉରକେଲାସ୍ଥିତ ଘରକୁ ଏକ ଭଡ଼ା ସ୍କର୍ପିଓ ଗାଡ଼ିରେ ଯାଉଥିବା ବେଳେ ତାଙ୍କୁ ଅଟକା ଯାଇଥିଲା।
ତାଙ୍କ ନିକଟରୁ ୫ ଲକ୍ଷ ଟଙ୍କା ନଗଦ ମିଳିଥିଲା। ଏହି ଟଙ୍କାର ଉତ୍ସ ସମ୍ପର୍କରେ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିବାରୁ ଭିଜିଲାନ୍ସ ଟିମ୍ ସମସ୍ତ ନଗଦ ଟଙ୍କା ଜବତ କରିଛି।
ଏହାସହ ମୁରଲୀଧର ଉର୍ମାଲ ଯେଉଁ ସ୍କର୍ପିଓରେ ଯାଉଥିଲେ, ସେହି ଗାଡ଼ିକୁ ମଧ୍ୟ ଜବତ କରାଯାଇଛି।
ଅନ୍ୟପଟେ, ଆୟବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ମୁରଲୀଧର ଉର୍ମାଲଙ୍କ ସହ ସମ୍ପର୍କିତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଆରମ୍ଭ କରିଛି ଭିଜିଲାନ୍ସ।
ଘଟଣାକୁ ନେଇ ଭିଜିଲାନ୍ସର ତଦନ୍ତ ଏବଂ ଚଢ଼ାଉ ଜାରି ରହିଛି। ଏନେଇ ଆଗକୁ ଆହୁରି ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି।

Leave A Reply

Your email address will not be published.