ରାଉରକେଲା (ବ୍ୟୁରୋ) ୧୬.୧୧.୨୧- ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ, ରାଉରକେଲା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାନପୋଷ ଆଇଟିଡିଏ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି। ଏହି ଅବସରରେ ‘ମହାମାରୀ ସମୟରେ ଗଣମାଧ୍ୟମ – ଏକ ନୂତନ ଆହ୍ଵାନ’ ବିଷୟବସ୍ତୁକୁ ନେଇ ସ୍ଥାନୀୟ ସାମ୍ବାଦିକମାନେ ବିସ୍ତୃତ ଆଲୋଚନା କରିଥିଲେ।
ଉପ ଜିଲ୍ଲାପାଳ ପାନପୋଷ ଶ୍ରୀ ଦୌଲତ ଚନ୍ଦ୍ରାକାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କୋଭିଡ ସମୟରେ ଉଲ୍ଲେଖନୀୟକାର୍ଯ୍ୟ କରିଥିବା ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। ଏହି ଅବସରରେ ଗିନିସ ୱାଲଡ଼ ରେକର୍ଡ଼ ତଥା ଲିମକା ବୁକ ରେକର୍ଡ଼ସ ଅଧିକାରୀ ଯାଜପୁରର ଶଶାଙ୍କ ଶେଖର ଦାଶ ଓ ରାଉରକେଲାର ବରିଷ୍ଠ ସାମ୍ବାଦିକ ମହେନ୍ଦ୍ର ମିଶ୍ରଙ୍କ ଦ୍ୱାରା ଖବରକାଗଜ ପ୍ରଦର୍ଶନୀ ଆୟୋଜନ ହୋଇଥିଲା। ଏହି ପ୍ରଦର୍ଶନୀରେ ୪୦୦ରୁ ଅଧିକ ଓଡ଼ିଆ, ଇଂରାଜୀ, ହିନ୍ଦୀ, ତେଲେଗୁ, ମାଲାୟାଲମ, ପଞ୍ଜାବୀ, ମରାଠି, ବଙ୍ଗାଳି ଖବରକାଗଜ ପ୍ରଦର୍ଶନ କରାଯାଇଥିଲା। ବିଭିନ୍ନ ସମୟରେ ରାଉରକେଲା ଓ ସୁନ୍ଦରଗଡ଼ରୁ ପ୍ରକାଶିତ ହୋଇଥିବା ଖବରକାଗଜଗୁଡିକୁ ଦେଖୀ ଉପସ୍ଥିତ ବ୍ୟକ୍ତିମାନେ ଖୁସୀ ହେବା ସହ ସଂଗ୍ରାହକମାନଙ୍କୁ ପ୍ରଶଂସା କରିଥିଲେ। ୧୮୪୦ ମସିହାର କାଥିଆୱାଡା ଟାଇମସ, ୧୯୪୫ ମସିହାର ପାଟଣା ଦୀପିକା ଓ ଆହୁରି ଅନେକ ପୁରାତନ ଖବରକାଗଜ ଏହି ପ୍ରଦର୍ଶନୀରେ ସ୍ଥାନ ପାଇଥିଲା। କରୋନା କଟକଣା ମଧ୍ଯ ରେ ଚଳିତ ବର୍ଷ ପ୍ରେସ ଦିବସ ପାଳନ କରାଯାଇ ଥିଲା ା ବରିଷ୍ଠ ସାମ୍ବାଦିକ ବୈଦନାଥ ଦାସ, ଜଟାଧାରୀ ମାଝି, ବିବେକାନନ୍ଦ ଦାସ, ସତ୍ଯାନନ୍ଦ ବେହେରା, ଚିତରଞନ ବ୍ରହ୍ମା, ଡଲିରାଣୀ ବ୍ରହ୍ମା, ପବନ ତିଓ୍ୱାରୀ, କୁଞ୍ଜ ବିହାରି ରାଉତ ପ୍ରମୁଖ ବିଷୟ ସଂପର୍କିତ ମତାମତ ରଖିଥିଲେ। ଏହି କାଯ୍ୟ କ୍ରମ ର ସଂଯୋଜନା ମହେନ୍ଦ୍ର ମିଶ୍ର କରି ଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ଧନ୍ଯବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବୈଦୁତିକ ଓ ପ୍ରିଣ୍ଟ ମିଡିଆ ର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

