ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଘନକୁହୁଡି ର ଆସ୍ଥରଣ ।। ଜିଲ୍ଲାରେ ପାରଦ ମଧ୍ୟ ଖସୁଛି ।

0 376

ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ଘନ କୁହୁଡି ନିଜର କାୟା ବିସ୍ତାର କରିଥିବାରୁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ରାଉରକେଲା ଇସ୍ପାତ ସହରରେ ମଧ୍ୟରାତ୍ର ରୁ ସକାଳ ପର୍ଯ୍ୟନ୍ତ କୁହୁଡି ଲାଗି ରହୁଥିବାରୁ ଅତି ନିକଟରୁ ମଧ୍ୟ ଦେଖିବା ସମ୍ଭବ ପର ହେଉନାହିଁ

। ଜିଲ୍ଲାର ବଣେଇ ଉପଖଣ୍ଡରେ ସବୁଠାରୁ ଅଧିକ କୁହୁଡି ଅନୁଭୂତ ହେଉଛି । ଅଦିନିଆ ବର୍ଷା ଛାଡିଯିବା ପରେ ଘନ କୁହୁଡି ପଡ଼ୁଥିବାରୁ ପାରଦ ମଧ୍ୟ ଖସୁଛି । ବଣେଇ ର ଟେନସା , କୋଇଡା , କାଲଟା ଆଦି ଅଞ୍ଚଳ ପାହାଡ଼ ଜଙ୍ଗଲ ଘେରରେ ରହିଥିବାରୁ ସେଠାରେ କୁହୁଡି ସାଙ୍ଗକୁ ଥଣ୍ଡା ମଧ୍ୟ ଅନୁଭୂତ ହେଉଛି । ଚଳିତ ଋତୁ ର ପ୍ରଥମ ଶୀତରେ ଲୋକମାନେ ସକାଳୁ ଚା ଖଟିରେ ଆଡ୍ଡା ଜମାଉଥିବା ବେଳେ କେତେକ ଲୋକ ପ୍ରାତ ଭ୍ରମଣରେ କୁହୁଡ଼ିର ମଜା ନେଉଛନ୍ତି । ସେହିପରି ଓଡିଶା ଝାରଖଣ୍ଡ ସୀମାନ୍ତ ବିରମିତ୍ରପୁର ରେ ମଧ୍ୟ କୁହୁଡି ସାଙ୍ଗକୁ ଶୀତ ଅନୁଭୂତ ହେଲାଣି । ସନ୍ଧ୍ୟା ହେଲେ କୁହୁଡି ମାଡି ଆସୁଥିବା ବେଳେ ସକାଳ ପର୍ଯ୍ୟନ୍ତ ଏହା ରହୁଛି । ଘନ କୁହୁଡି ଯୋଗୁ ଯାନବାହାନ ଚଳା ଚଳରେ ଅସୁବିଧା ସୃଷ୍ଟି ହେଉଛି । ଶୀତ ଆରମ୍ଭ ହୋଇ ଯାଇଥିବାରୁ ବଜ଼ାରରେ ଶୀତ ବସ୍ତ୍ର ବିକ୍ରି ଆରମ୍ଭ ହୋଇଗଲାଣି ।

Leave A Reply

Your email address will not be published.