ରାଉରକେଲା : କୋଇଡା ପରେ ଗୁରୁଣ୍ଡିଆ ରେ ଅଫିମ ଚାଷ ନଷ୍ଟ କଲେ ପୋଲିସ୍ , ଅବକାରୀ ଏବଂ ବନ ବିଭାଗ।। ୩ ଏକର ଜମିରେ ୪୨ ଲକ୍ଷ ଟଙ୍କାର ଅଫିମ ଚାଷ ହୋଇ ଥିଲା।

0 122

ରାଉରକେଲା:୧୮/୨(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ଉପରେ ଏବେ
ଡ୍ରଗ୍ସ ମାଫିଆଙ୍କ ଆଖି। ବିଭିନ୍ନ ପ୍ରକାର ମାଦକ ଦ୍ରବ୍ୟ ସହ ଗଞ୍ଜେଇ ଚାଲାଣ ର ପେଣ୍ଠ ସ୍ଥଳୀ ପାଲଟିଛି ଜିଲ୍ଲା। ଡ୍ରଗ୍ସ ଚାଲାଣକାରୀ ମାନେ ରାଉରକେଲାକୁ ଗଞ୍ଜେଇ ର
ଟ୍ରାଞ୍ଜିଟ୍ ପ୍ଲେସ୍ ରେ ପରିଣତ କରି ଦେଇଛନ୍ତି। ପୋଲିସ୍ ସଜାଗ ରହି ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ ମଧ୍ୟ କରୁଛି। କିନ୍ତୁ ଏବେ ଝାଡ଼ଖଣ୍ଡ ର ଡ୍ରଗ୍ସ ମାଫିଆ ମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଫିମ ଚାଷ କରୁଛନ୍ତି। ଆଜି ଗୁରୁଣ୍ଡିଆ ଥାନା ଅଞ୍ଚଳରେ ପୋଲିସ୍ , ଅବକାରୀ ଏବଂ ବନ ବିଭାଗ ଚଢାଉ କରି ପ୍ରାୟ ୪୨ ଲକ୍ଷ ଟଙ୍କାର ଅଫିମ ଚାଷ କୁ ନଷ୍ଟ କରି ଦେଇଛନ୍ତି। ୬ ଟି ଥାନାର ଅଧିକାରୀ , ବନ ବିଭାଗ ଏବଂ ଅବକାରୀ ବିଭାଗ କର୍ମଚାରୀ ମାନେ ମାଜିଷ୍ଟ୍ରେଟ ଙ୍କ ସହ ଏହି ଅଭିଯାନରେ ସାମିଲ ଥିଲେ।
୩ ଏକର ଜମିରେ ପ୍ରାୟ ୪୨ ହଜାର ଅଫିମ ଗଛ ଲଗା ଯାଇ ଥିଲା। କିଛି ଦିନ ପୂର୍ବରୁ କୋଇଡା ଥାନା ଅଞ୍ଚଳରେ ପ୍ରାୟ କୋଟିଏ ଟଙ୍କା ର ଅଫିମ ଗଛ ନଷ୍ଟ କରିଥିଲେ ପୋଲିସ୍। ଏହି ଘଟଣାରେ ପୋଲିସ ଝାଡଖଣ୍ଡ ର
୨ ଜଣ ଡ୍ରଗ୍ସ ମାଫିଆଙ୍କୁ ଗିରଫ କରିଥିଲା। ତେବେ ବଣାଇ ଉପଖଣ୍ଡରେ ଅଫିମ ଚାଷ କରିବାକୁ ଝାଡ଼ଖଣ୍ଡ ର ଡ୍ରଗ୍ସ ମାଫିଆ ମାନେ ଆଖି ପକାଇ ଥିବାରୁ ପୋଲିସ୍ ସଜାଗ ରହିଛି।

Leave A Reply

Your email address will not be published.