ରାଉରକେଲା : ସହରରେ ଚାଲିଛି ପୋଲିସ୍ ର ଚଢାଉ।। କ୍ରିକେଟସଟ୍ଟା, ଜାଲ୍ ଆକାଉଣ୍ଟରେ ଟଙ୍କା କାରବାର ଉପରେ ଚଢ଼ାଉ ସୂଚନା।

0 204

ରାଉରକେଲା:୧୮/୨(ସତ୍ୟାନ୍ୟୁଜ) ରାଉରକେଲା ରେ ଆଜି ଚାଲିଛି ଏକ ବଡ ଧରଣର ପୋଲିସ୍ ରେଡ୍। ପ୍ରାୟ ୧୦ ରୁ ୧୨ ଟି ସ୍ଥାନରେ ଆଜି ଭୋରୁ ଏହି ଚଢାଉ ଆରମ୍ଭ କରା ଯାଇଛି। ପ୍ଲାଣ୍ଟସାଇଟ୍, ଉଦିତ ନଗର , ବନ୍ଧମୁଣ୍ଡା ଥାନା ସମେତ ସହରର ଅନ୍ୟ ଥାନା ଅଞ୍ଚଳରେ ଏହି ଚଢାଉ କରା ଯାଉଛି। ସାଇବର ଠକାମୀ , କ୍ରିକେଟ୍ ସଟ୍ଟା, ବେଆଇନ୍ ବ୍ୟାଙ୍କ୍ ଆକାଉଣ୍ଟ ରେ ଟଙ୍କା ଲେନ୍ ଦେନ୍ ମାମଲାରେ ଏହି ଚଢାଉ ଚାଲିଥିବା ଜଣା ପଡ଼ିଛି। ରାଉରକେଲା ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢାଉ ଚାଲିଛି। ବିର୍ସା ଡାହାର ରୋଡ , ଲାଲ ବିଲ୍ଡିଂ ଲେନ୍ , ବନ୍ଧମୁଣ୍ଡା ଆଦି ଅଞ୍ଚଳ ସମେତ ଅନ୍ୟ ସ୍ଥାନ ମାନଙ୍କରେ ଏହି ରେଡ୍ ଚାଲିଥିବା ଜଣା ପଡ଼ିଛି। ପୋଲିସ୍ ସୂତ୍ରରୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଆସି ନଥିବା ବେଳେ ଅନ୍ ଲାଇନ୍ ଠକେଇ , କ୍ରିକେଟ୍ ସଟ୍ଟା ଠକେଇ ମାମଲାରେ ଏହି ଚଢାଉ ଚାଲି ଥିବା ଜଣା ପଡିଛି।

Leave A Reply

Your email address will not be published.