ରାଉରକେଲା : ଏ ଆଇ କ୍ୟାମେରା ଟାୱାର ବଞ୍ଚାଉଛି ହାତୀଙ୍କ ଜୀବନ।। ଏ ଆଇ ଟାୱାର ଦ୍ଵାରା ହାତୀଙ୍କ ଗତିବିଧି ର ଆଗୁଆ ସୂଚନା ମିଳି ପାରୁଛି।
ରାଉରକେଲା:୧୮/୨(ସତ୍ୟାନ୍ୟୁଜ) ଦଶ ବର୍ଷ ମଧ୍ୟରେ ରାଉରକେଲା ବନଖଣ୍ଡ ରେ ଟ୍ରେନ୍ ଧକ୍କାରେ ୫ ହାତୀ ମୃତ୍ୟୁ ବରଣ କରିଛନ୍ତି। କେତେକ ହାତୀ ଆହତ ମଧ୍ୟ ହୋଇଛନ୍ତି। ରାଉରକେଲା ତଥା ଆଖପାଖ ଅଞ୍ଚଳରେ ପ୍ରତିଦିନ ପ୍ରାୟ ୭୦ ଟି ହାତି ହୁଚଳପ୍ରଚଳ କରି ଥାଆନ୍ତି। ଗୋଟିଏ ଜଙ୍ଗଲ ରୁ ଅନ୍ୟ ଜଙ୍ଗଲ ଯିବା ପାଇଁ ହାତୀ ଦଳକୁ ରେଳ ଲାଇନ୍ ପାର୍ ହେବାକୁ ପଡ଼ି ଥାଏ। ହାତୀ ଗତିବିଧି ସମ୍ପର୍କରେ ଆଗୁଆ ସୂଚନା ନଥିଲେ ଟ୍ରେନ୍ ଧକ୍କାରେ ହାତୀ ମୃତାହତ ହୋଇ ଥାଆନ୍ତି। କିନ୍ତୁ ଏବେ ସମୟ ବଦଳିଛି। ଏ ଆଇ ଟେକ୍ନୋଲୋଜି ବ୍ୟବହାର ଦ୍ଵାରା ହାତୀ ଗତିବିଧି ଉପରେ ନଜର ରଖା ଯାଇ ପାରୁଛି। ଫଳରେ ଗୋଟିଏ ବର୍ଷରେ ପ୍ରାୟ
୨୭୦ ହାତୀଙ୍କ ଜୀବନ ରକ୍ଷା କରା ଯାଇ ପାରିଛି। ଏ ଆଇ କ୍ୟାମେରା ଟାୱାର ମାଧ୍ୟମରେ ଆଗୁଆ ସୂଚନା ମିଳି ପାରିଥିବାରୁ ଏହା ସମ୍ଭବ ହୋଇ ପାରିଛି। ରାଉରକେଲା ଦେଇ ହାୱଡା – ମୁମ୍ବାଇ ରେଳ ଲାଇନ୍ ଯାଇଛି। ଏହି ଲାଇନ୍ ଦେଇ ହାତୀ ଦଳ ଅନ୍ୟ ଜଙ୍ଗଲ କୁ ପାର ହୋଇ ଥାଆନ୍ତି। ଏବେ ଦୁଇଟି
ଏ ଆଇ କ୍ୟାମେରା ପଏଣ୍ଟ କରା ଯାଇଥିବାରୁ ହାତୀଙ୍କୁ ସୁରକ୍ଷା ଦିଆ ଯିବାର ଏହା ବେଶ ସହାୟକ ହୋଇଥିବା ରାଉରକେଲା
ଡିଏଫଓ ଜସବନ୍ତ୍ ସେଠି କହିଛନ୍ତି।