ରାଉରକେଲା: ତିନି ଦିନ ହେଲା ରାସ୍ତା ଅବରୋଧ କରି ପଡ଼ି ରହିଛି ଆମ୍ବୁଲାନ୍ସ।। ଶୀଘ୍ର ସ୍ଥାନାନ୍ତର କରିବାକୁ ଦାବି।

0 93

ରାଉରକେଲା:୧୬/୨(ସତ୍ୟାନ୍ୟୁଜ) ତିନି ଦିନ ହେଲା ରାସ୍ତା ଉପରେ ପଡି ରହିଛି ଆମ୍ବୁଲାନ୍ସ। ରାସ୍ତା ଉପରେ ଏପରି ଭାବେ ରହିଛି ଯେ ଅର୍ଦ୍ଧେକ ରାସ୍ତା ଅବରୋଧ ହୋଇ ଯାଉଛି। ଫଳରେ କେତେବେଳେ ମଧ୍ୟ ଦୁର୍ଘଟଣା ଘଟି ପାରେ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ରାଉରକେଲା ଉଦିତ ନଗର ସ୍ଥିତ ଫ୍ଲାଇ ଓଭର ତଳ ସର୍ଭିସ୍ ରୋଡ ରେ। ଠିକ୍ ଫ୍ଲାଇ ଓଭର ତଳେ ଏହି ଆମ୍ବୁଲାନ୍ସ ତିନି ଦିନ ହେଲା ପଡ଼ି ରହିଥିଲେ ମଧ୍ୟ କହାରି ଏଥି ପ୍ରତି ନିଘା ନାହିଁ। କୌଣସି କାରଣରୁ ଆମ୍ବୁଲାନ୍ସ ବ୍ରେକ୍ ଡାଉନ୍ ହୋଇ ପାରି ଥାଏ। ମାତ୍ର ସହରାଞ୍ଚଳ ର ଏପରି ଏକ ପଏଣ୍ଟ ରେ ତିନି ଦିନ ଧରି ଆମ୍ବୁଲାନ୍ସ ପଡ଼ି ରହିବା ଦାୟିତ୍ଵ ହୀନତା ଛଡା କିଛି ନୁହେଁ ବୋଲି ସ୍ଥାନୀୟ ଲୋକ ମାନେ ଅଭିଯୋଗ କରିଛନ୍ତି। କୌଣସି ବଡ଼ ଦୁର୍ଘଟଣା ହେବା ପୂର୍ବରୁ ଆମ୍ବୁଲାନ୍ସ କୁ ସେଠାରୁ ସ୍ଥାନାନ୍ତର କରିବା ଦାବି ହେଉଛି।

Leave A Reply

Your email address will not be published.