ବିରମିତ୍ରପୁର : ୮୦ ବର୍ଷ ବୃଦ୍ଧା ଏବଂ ଦିବ୍ୟାଙ୍ଗ ପୁଅକୁ ଭି ଛାଡ଼ିଲେନି ଲୁଟେରା।। ଲୁଟି ନେଲେ ଭତ୍ତା ଟଙ୍କା।

0 112

ବିରମିତ୍ରପୁର:୧୩/୨(ସତ୍ୟାନ୍ୟୁଜ) ବିରମିତ୍ରପୁର ରେ ଘଟି ଯାଇଛି ଏକ ଲଜ୍ଜ୍ୟା ଜନକ ଲୁଟ୍ ଘଟଣା। ଲୁଟେରା ଙ୍କ ସାହସ ଏବେ ଚରମ ସୀମାରେ। ୮୦ ବର୍ଷର ବୃଦ୍ଧା ଏବଂ ଦିବ୍ୟାଙ୍ଗ ପୁଅ କୁ ମଧ୍ୟ ଛାଡ଼ିଲେନି ଲୁଟେରା। ଲୁଟ୍ କରି ନେଇ ଗଲେ ବୃଦ୍ଧା ମହିଳା ଏବଂ ତାଙ୍କ ଦିବ୍ୟାଙ୍ଗ ପୁଅର ଭତ୍ତା ଟଙ୍କା। ଏପରି ଏକ ହୃଦୟସ୍ପର୍ଶୀ ଘଟଣା ଘଟିଛି
ବିରମିତ୍ରପୁର ରେ। ଆଲେକଜାଣ୍ଡାର ସ୍କୁଲ ରେ ଆଜି ବୃଦ୍ଧା ଏବଂ ଭିନ୍ନକ୍ଷମ ଭତ୍ତା ବଣ୍ଟନ କରା ଯାଉଥିଲା।ଲୁଇସ୍ ଟପ୍ପୋ ନାମକ ଜଣେ ୮୦ ବର୍ଷୀୟା ବୃଦ୍ଧା ତାଙ୍କର ୩ ହଜାର ୫୦୦ ଟଙ୍କା ଭତ୍ତା ଏବଂ ପୁଅର ୧୨ ଶହ ଟଙ୍କା ଭତ୍ତା ନେଇ ଫେରୁଥିବା ବେଳେ ଲୁଟ୍ ର ଶିକାର ହୋଇଛନ୍ତି। ଭତ୍ତା ବଣ୍ଟନ କେନ୍ଦ୍ରରୁ ନିଜ ପୁଅ ସହ ଏକ ବ୍ୟାଗ୍ ରେ ଟଙ୍କା ନେଇ।ଫେରିଲା ବେଳେ ଜଣେ ଦୁବୃର୍ତ୍ତ ସ୍କୁଟି ରେ ଆସି ଟଙ୍କା ଛଡାଇ ନେଇ ଫେରାର ହୋଇ ଯାଇଛି। ପୁଅ ଜଣକ ମୁକ ହୋଇ ଥିବାରୁ ପାଟି କରି ପାରି ନଥିଲା। ଖବର ପାଇ ବିରମିତ୍ରପୁର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ସିସିଟିଭି ଯାଞ୍ଚ କରି ପୋଲିସ୍ ଦୁବୃର୍ତ୍ତ କୁ ଚିହ୍ନଟ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।

Leave A Reply

Your email address will not be published.