ରାଉରକେଲା : ମହା ଶିବରାତ୍ରି ପାଇଁ ଶୈବ ପୀଠ ବେଦବ୍ୟାସ ରେ ବ୍ୟାପକ ପ୍ରସ୍ତୁତି।। ମନ୍ଦିର ପୁନରୁଦ୍ଧାର କାମ ଶେଷ ପର୍ଯ୍ୟାୟରେ ।
ରାଉରକେଲା:୧୨/୨(ସତ୍ୟାନ୍ୟୁଜ) ଆସନ୍ତା ରବିବାର ଦିନ ମହା ଶିବରାତ୍ରି। ଏଥିପାଇଁ ଶୈବ୍ୟ ପୀଠ ବେଦବ୍ୟାସ ରେ ଚାଲିଛି ଜୋରଦାର ପ୍ରସ୍ତୁତି। ବ୍ରାହ୍ମଣୀ ନଦୀ କୂଳରେ ଥିବା ଏହି ଏହି ଶୈବ ପୀଠ ରେ ଜାଗର ଅମାବାସ୍ୟା ଦିନ ଦେବଦେବ ମହାଦେବ ଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଏବଂ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରତି ବର୍ଷ ବ୍ୟାପକ ବ୍ୟବସ୍ଥା କରା ଯାଇଥାଏ। ଚଳିତ ବର୍ଷ ମନ୍ଦିର ର ପୁନରୁଦ୍ଧାର କାମ ଚାଲିଥିବାରୁ ଦର୍ଶନ ପାଇଁ ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ କରା ଯାଇଛି। ମୁଖ୍ୟ ମନ୍ଦିର ର ମରାମତି ତଥା ପୁନରୁଦ୍ଧାର କାମ ପ୍ରାୟ ସରି ଯାଇଛି। ତେବେ ଚନ୍ଦ୍ର ଶେଖର ମନ୍ଦିର ର କାମ ସଂପୂର୍ଣ୍ଣ ହୋଇ ପାରି ନାହିଁ। ଅନ୍ୟାନ୍ୟ ଆନୁଷଙ୍ଗିକ କାମ ମଧ୍ୟ ବାକି ରହିଛି। ଏହା ସରିବାକୁ ରାତି ଦିନ କାମ ଚାଲିଛି ।
ଅନ୍ୟପକ୍ଷରେ ମହାଶିବରାତ୍ରି ଉପଲକ୍ଷେ ଏଠାରେ ୧୫ ଦିନ ପାଇଁ ମେଳା ଲାଗି ଥାଏ। ମେଳାର ସବୁଠାରୁ ବଡ ଆକର୍ଷଣ ଥାଏ ବିଭିନ୍ନ ପ୍ରକାର ର ଦୋଳି ଖେଳ। ଚଳିତ ବର୍ଷ ପ୍ରାୟ ୧୦ ପ୍ରକାରର ଦୋଳି ଖେଳ ଉପଲବ୍ଧ ଅଛି। ଏବେ ଦୋଳି ସହ ବିଭିନ୍ନ ଆମୋଦ ପ୍ରମୋଦ ସାମଗ୍ରୀ ଲଗା ଯାଉଛି। ଏହାସହ ମେଳା ଲାଗି ବାହାର ରାଜ୍ୟରୁ ଆସିଥିବା ମିଷ୍ଟାନ୍ନ ଦୋକାନ ମାନ ମଧ୍ୟ ଲାଗି ସାରିଲାଣି। ମେଳା କୁ ଆକର୍ଷଣୀୟ କରିବାକୁ ସବୁ ପ୍ରକାର ଉଦ୍ୟମ ଚାଲିଛି ।