ରାଉରକେଲା : ପ୍ରବଳ ବର୍ଷା ବେଳେ ଅଭିଭାବକଙ୍କ ଦାୟିତ୍ୱ ହୀନତା।। ଦୁଇ ଛୁଆ ସହ ଗାଡ଼ିରେ ଫସିଲେ ଗଭୀର ପାଣିରେ।। ସ୍ଥାନୀୟ ଯୁବକ ମାନେ ଉଦ୍ଧାର କଲେ ।
ରାଉରକେଲା : ୧୪/୮
(ସତ୍ୟାନ୍ୟୁଜ) ଗତକାଲି ରାଉରକେଲାରେ ହୋଇ ଥିବା ପ୍ରବଳ ବର୍ଷାରେ ବହୁ କ୍ଷୟକ୍ଷତି ହୋଇଥିବା ବେଳେ ଜଣେ ଅଭିଭାବକ ଙ୍କ ଦାୟିତ୍ୱ ହୀନତା ଏବେ ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଭାଇରାଲ ହୋଇଥିବା ଭିଡିଓ ଅନୁଯାୟୀ ଜଣେ ପୁରୁଷ ଅଭିଭାବକ ନିଜର ଦୁଇଟି ଛୋଟ ଛୋଟ ଶିଶୁ ଙ୍କୁ ନେଇ ପିକ୍ ଅପ୍ ଭ୍ୟାନ୍ ରେ ଯାଉଥିବା ବେଳେ
ଟି ସି ଆଇ ଛକ ନିକଟ ଅଣ୍ଡର ପାସ୍ ଠାରେ ଜମା ହୋଇ ରହିଥିବା ଗଭୀର ବର୍ଷା ପାଣିରେ ଫସି ରହି ଯାଇଥିଲେ। ଭ୍ୟାନ୍ ଟି ଖରାପ ହୋଇ ଯିବାରୁ ପାଣି।ମଝିରେ ଫସି ରହି ଯାଇଥିଲା। କଷ୍ଟ ମଷ୍ଟେ ଲୋକଟି ନିଜ ଦୁଇ ଛୁଆ ଙ୍କୁ ଗାଡ଼ି ରୁ ବାହାର କରି ବୋନେଟ୍ ଉପରେ ରଖିଥିଲେ। ଏହି ସମୟରେ ସେଠାରେ ଥିବା କିଛି ଯୁବକ ପହଁରି ପହଁରି ଗାଡ଼ି କୁ ଘେରି ଯାଇଥିଲେ। ପରେ ଯୁବକ ମାନେ ଦୁଇ ଶିଶୁଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ। ନିଜର ଦାୟିତ୍ୱ ହୀନତା ଯୋଗୁଁ ଅଭିଭାବକ ଜଣକ ଯୁବକ ମାନଙ୍କ ଠାରୁ ବେଶ୍ ଦୁଇ ପଦ ଶୁଣି ଥିଲେ। ତେବେ ବର୍ଷା ବେଳେ ସତର୍କ ରହିବାକୁ ବାରମ୍ବାର ନିବେଦନ କରାଯାଉଥିବା ବେଳେ ଜଣେ ଅଭିଭାବକଙ୍କ ଏପରି ଦାୟିତ୍ୱହୀନ କାର୍ଯ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।