ଅଦିନିଆ ବର୍ଷାରେ ବଣେଇ
ହସପିଟାଲ ଏବଂ କଲେଜ ରୋଡ଼ ର ଅବସ୍ଥା ବେହାଲ।। ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ।

0 360

ସୁନ୍ଦରଗଡ ଜିଲ୍ଲା ବଣେଇ ଉପଖଣ୍ଡର ହେଡକ୍ୱାର୍ଟର ବଣେଇ ରେ ବର୍ଷାଜଳ ନିଷ୍କାସନ ହୋଇପାରୁ ନଥିବାରୁ ଅସୁବିଧାଜନକ ପରିସ୍ଥିତି ସୃଷ୍ଟି ହେଉଛି । ବଣେଇ କଲେଜକୁ ଏବଂ ହସ୍ପିଟାଲକୁ ଯାଇଥିବା ଦୁଇଟି ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ପାଣି ଜମି ରହୁଥିବାରୁ କଲେଜକୁ ଛାତ୍ରଛାତ୍ରୀ ଯିବାରେ ଏବଂ ହସପିଟାଲ କୁ ରୋଗୀ ନେବାରେ ସମସ୍ୟା ସୃଷ୍ଟି ହେଉଛି

। ବଣେଇ କଲେଜକୁ ଯିବା ରାସ୍ତାର ଡ୍ରେନ ଜାମ ରହୁଥିବାରୁ ବର୍ଷା ଜଳ ନିଷ୍କାସନ ହୋଇପାରୁନାହିଁ । ମାତ୍ର ହସପିଟାଲ ରୋଡ଼ରେ ମୂଳରୁ ଡ୍ରେନ ନାହିଁ । ପୂର୍ବାପେକ୍ଷା ବଣେଇ ମୁଖ୍ୟରାସ୍ତା ର କଳେବର ଖୁବ ସୁନ୍ଦର ହୋଇଯାଇଥିବା ବେଳେ ଏହି ଦୁଇଟି ରାସ୍ତା ପ୍ରତି ଦୃଷ୍ଟି ଦିଆ ଯାଉନଥିବା ଅଭିଯୋଗ ହେଉଛି । ଦୁଇଦିନ ହେଲା ବର୍ଷା ଲାଗି ରହିଥିବାରୁ ଉକ୍ତ ରାସ୍ତାରେ ଯିବା ଆସିବା କଷ୍ଟକର ହୋଇପଡିଛି । ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

Leave A Reply

Your email address will not be published.