ରାଉରକେଲା ଇସ୍ପାତ କାରଖାନା ସ୍ୱୀକୃତି ନିର୍ବାଚନ ଲାଗି ମତଦାନ ଗ୍ରହଣ ସମାପ୍ତ ।। ଭୋଟ ଗଣତି ଆରମ୍ଭ ।।

0 454

ରାଉରକେଲା ଇସ୍ପାତ କାରଖାନା ଶ୍ରମିକ ସଂଗଠନ ର ସ୍ୱୀକୃତି ନିର୍ବାଚନ ଲାଗି ଭୋଟ ଗ୍ରହଣ ସୋମବାର ଦିନ ଶାନ୍ତି ଶୃଙ୍ଖଳା ସହ ସମାପ୍ତ ହୋଇଛି । ଏହି ନିର୍ବାଚନରେ ୯୪ ପ୍ରତିଶତ କର୍ମଚାରୀ ନିଜର ମତ ସାବ୍ୟସ୍ତ କରିଛନ୍ତି ।

ଭୋଟ ଗ୍ରହଣ ପରେ ସନ୍ଧ୍ୟାରେ ଭୋଟ ଗଣତି ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ ଫଳାଫଳ ଘୋଷଣା ସ୍ଥଗିତ ରହିବ । ନିର୍ବାଚନକୁ ନେଇ ଏକ ଶ୍ରମିକ ସଂଗଠନ କୋର୍ଟର ଦ୍ୱାରସ୍ଥ ହେବାପରେ ଫଳାଫଳ ସ୍ଥଗିତ ରଖିବାକୁ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି । ଚଳିତ ସ୍ୱୀକୃତି ନିର୍ବାଚନ ମୈଦାନରେ ୧୧ ଟି ଶ୍ରମିକ ସଙ୍ଗଠନ ଅବତୀର୍ଣ୍ଣ ହୋଇଛନ୍ତି । ଭୋଟ ଗ୍ରହଣ ଲାଗି ୧୬ ଟି ବୁଥ କରାଯାଇଥିବା ବେଳେ ପ୍ଲାଣ୍ଟ ପରିସରରେ ୧୪ ଟି ଏବଂ ସହରାଞ୍ଚଳରେ ୨ ଟି ବୁଥ ରେ ଭୋଟ ଗ୍ରହଣ କରାଯାଇଥିଲା । ସମୁଦାୟ ୧୦ ହଜାର ୩୬୪ ଜଣ କର୍ମଚାରୀ ନିଜର ମତଦାନ କରିଛନ୍ତି। ଏହି ସ୍ୱୀକୃତି ନିର୍ବାଚନରେ ମୋଟ ୧୧ ଟି ଶ୍ରମିକ ସଙ୍ଗଠନ ଭାଗ ନେଇଥିଲେ ମଧ୍ୟ ମୁଖ୍ୟତଃ ଭାରତୀୟ ମଜଦୂର ସଭା ଏବଂ
ଆଇ ଏନ ଟି ୟୁ ସି ମଧ୍ୟରେ ପ୍ରତିଦ୍ବନ୍ଦିତା ହେବ ବୋଲି କୁହାଯାଉଛି ।

Leave A Reply

Your email address will not be published.