ବିରମିତ୍ରପୂର : ରଥଯାତ୍ରାରେ ବିରମିତ୍ରପୁରରେ ବନ୍ଦ ରହିବ ସମସ୍ତ ଆମିଷ ଦୋକାନ, ଅନ୍ୟ ପୌରସଂସ୍ଥାରେ ମଧ୍ୟ ସମାନ ପଦକ୍ଷେପ ନେବାକୁ ଦାବି।
ବିରମିତ୍ରପୁର ; ୧୪/୭
(ସତ୍ୟାନ୍ୟୁଜ) ରଥଯାତ୍ରା ଓ ବାହୁଡ଼ା ଯାତ୍ରାକୁ ନେଇ ବିରମିତ୍ରପୁର ପୌରପାଳିକାର ବଡ଼ ନିଷ୍ପତ୍ତି। ଆସନ୍ତା ୧୬ ତାରିଖ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ଦିନ ସହରର ସମସ୍ତ ଆମିଷ ଦୋକାନ ବନ୍ଦ ରହିବ। ଏହି ନିଷ୍ପତ୍ତିକୁ ସ୍ୱାଗତ କରାଯାଉଥିବା ବେଳେ ଜିଲ୍ଲାର ଅନ୍ୟ ପୌରସଂସ୍ଥାମାନେ ମଧ୍ୟ ସମାନ ପଦକ୍ଷେପ ନେବାକୁ ଦାବି ଉଠିଛି।
ବିରମିତ୍ରପୁର ପୌରପାଳିକା ପକ୍ଷରୁ ମାଇକ୍ ଯୋଗେ ପ୍ରଚାର କରାଯାଇଛି ଯେ, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ଦିନ ସହରର ସମସ୍ତ ମାଛ, ଅଣ୍ଡା, ଚିକେନ୍, ମଟନ୍ ସମେତ ସମସ୍ତ ଆମିଷ ବିକ୍ରୟ ଦୋକାନ ବନ୍ଦ ରହିବ। ଯଦି କୌଣସି ଦୋକାନୀ ଏହି ନିର୍ଦ୍ଦେଶକୁ ଅମାନ୍ୟ କରନ୍ତି, ତେବେ ପୌର ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୌରପାଳିକା ସ୍ପଷ୍ଟ କରିଛି।
ଏହି ପଦକ୍ଷେପକୁ ସ୍ଥାନୀୟ ବାସିନ୍ଦା ଓ ବିଭିନ୍ନ ସଂଗଠନ ସ୍ୱାଗତ କରିଥିବା ବେଳେ, ରାଉରକେଲା ମହାନଗର ନିଗମ, ରାଜଗାଙ୍ଗପୁର ଏବଂ ସୁନ୍ଦରଗଡ଼ ପୌରପାଳିକା ମଧ୍ୟ ରଥଯାତ୍ରା ସମୟରେ ସମାନ ନିଷ୍ପତ୍ତି ନେବାକୁ ଦାବି ଜୋର ଧରିଛି।