ରାଉରକେଲା : ବେଦବ୍ୟାସ ନିକଟ ସମିଲ୍ ଛକରେ ହାଇବା ଧକ୍କାରେ ଜଣେ ମହିଳା ମୃତ।। ଜଣେ ଆହତ।।

0 431

ରାଉରକେଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟ।

ରାଉରକେଲା: ୧୪/୭
(ସତ୍ୟାନ୍ୟୁଜ) ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ସମିଲ୍ ଛକ ନିକଟ ୧୦ ନମ୍ବର ରାଜ୍ୟ ରାଜପଥରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କାମକୁ ଯାଉଥିବା ଦୁଇ ମହିଳା ବାଇକ୍ ଆରୋହୀଙ୍କୁ ଏକ ହାଇୱା ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ମହିଳାଙ୍କ ସ୍ଥିତି ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ପ୍ରତିବାଦ କରିଥିବାରୁ ରାଜ୍ୟ ରାଜପଥରେ ଦୀର୍ଘ ସମୟ ଧରି ଯାତାୟାତ ବ୍ୟାହତ ହୋଇଛି। ଖବର ପାଇ ବ୍ରାହ୍ମଣୀତରଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ସ୍ୱାଭାବିକ ଯାତାୟାତ ପୁନଃ ଆରମ୍ଭ ପାଇଁ ପ୍ରୟାସ ଜାରି ରଖିଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି। ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ ହାନି ଘଟୁଥିବାରୁ ଅଧିକ ଟ୍ରାଫିକ ପୋଲିସ୍ ମୁତୟନ ଦାବି ହୋଇଛି

Leave A Reply

Your email address will not be published.