।ରାଉରକେଲାରେ ଇଣ୍ଟର-ଷ୍ଟେଟ୍ ଜୁଏଲେରୀ ଚୋର ଗିରଫ!
କାରାଟ୍ ଲେନ୍ ଶୋ’ରୁମରୁ ₹୧.୫ ଲକ୍ଷର ହୀରା ଜଡିତ ସୁନା ବାଲା ଚୋରି, ଟ୍ରେନ୍ରୁ ଧରିଲା ପୋଲିସ
ରାଉରକେଲା:୩/୭
(ସତ୍ୟାନ୍ୟୁଜ) ରାଉରକେଲା ଉଦିତନଗର ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଜୁଏଲେରୀ ଚୋରକୁ ଗିରଫ କରିଛି। ଅଭିଯୁକ୍ତ ଦିନେଶ କୁମାର ଠାକ୍କର ଓରଫ ଦିନେଶ ବିଶ୍ରାମ ଠାକ୍କରଙ୍କୁ ଆରପିଏଫ୍/ ସହାୟତାରେ ରାଉରକେଲା ରେଳ ଷ୍ଟେସନରେ ହାଉରା-ମୁମ୍ବାଇ CSMT ମେଲ୍ ଟ୍ରେନ୍ରୁ କାବୁ କରାଯାଇଛି।
ଅଭିଯୋଗ ଅନୁଯାୟୀ, ଜୁନ୍ ୩୦ ତାରିଖରେ କାରାଟ୍ ଲେନ୍ ଜୁଏଲେରୀ ଶୋ’ରୁମକୁ ଗ୍ରାହକ ସାଜି ପ୍ରବେଶ କରି ଅଭିଯୁକ୍ତ ପ୍ରାୟ ₹୧.୫ ଲକ୍ଷ ମୂଲ୍ୟର ହୀରା ଜଡିତ ସୁନା ବାଲା ଚୋରି କରି ଫେରାର ହୋଇଥିଲେ।
ପଚରାଉଚରା ବେଳେ ସେ ଚୋରି କଥା ସ୍ୱୀକାର କରିଥିବା ସହ କୋଲକାତାର ଚୋର ବଜାରରେ ବାଲାଟିକୁ ₹୪୫ ହଜାରରେ ବିକ୍ରି କରିଥିବା ଜଣାଇଛନ୍ତି। ସେଥିରୁ ₹୪୦ ହଜାର ନଗଦ ଟଙ୍କା ପୋଲିସ ଜବତ କରିଛି।
ତଦନ୍ତ ବେଳେ ଆଉ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଜୁଲାଇ ୧ ତାରିଖରେ ଭୁବନେଶ୍ୱରର ଏସପ୍ଲାନେଡ୍ ମଲ୍ସ୍ଥିତ ଏକ ବ୍ଲୁଷ୍ଟୋନ୍ ଜୁଏଲେରୀ ଶୋ’ରୁମରୁ ମଧ୍ୟ ସେ ସମାନ ଢଙ୍ଗରେ ସୁନା କଡ଼ା ଚୋରି କରିଥିବା ପୋଲିସ କହିଛି।
ଅଭିଯୁକ୍ତଙ୍କ ନିକଟରୁ ₹୪୦ ହଜାର ନଗଦ, ଏକ ସୁନା ରଙ୍ଗର ବାଲା, ଟାଇଟାନ୍ ଘଡ଼ି, ମୋବାଇଲ୍ ଫୋନ୍, ଟ୍ରେନ୍ ଟିକେଟ୍ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।
ପୋଲିସ ଅଭିଯୁକ୍ତଙ୍କ ପୂର୍ବ ଅପରାଧିକ ରେକର୍ଡ ଯାଞ୍ଚ କରୁଥିବା ବେଳେ ଅନ୍ୟ ରାଜ୍ୟରେ ଏଭଳି ଚୋରିରେ ସମ୍ପୃକ୍ତି ନେଇ ତଦନ୍ତ ଜାରି ରହିଛି।