ବିରମିତ୍ରପୁର: ୧୦ ଦିନ ହେଲା ନାହିଁ ବିଦ୍ୟୁତ୍ ଲାଇନ୍।। ଲୋକେ ହନ୍ତସନ୍ତ।। ଟାଟା ପାୱାର ଅଧିକାରୀଙ୍କୁ ଦେଲେ ଦାବିପତ୍ର।
ବିରମିତ୍ରପୁର:୨୯/୬(ସତ୍ୟାନ୍ୟୁଜ) ବିରମିତ୍ରପୁର ଦଲକି ପଞ୍ଚାୟତରେ ୧୦ ଦିନ ହେଲା ବିଦ୍ୟୁତ୍ ସେବା ଠପ୍ ହୋଇ ଯାଇଛି। ଗତ ୨୧ ତାରିଖରେ ଦଲକୀ ଠାରେ ଥିବା ଟ୍ରାନସଫର୍ମର ପୋଡ଼ି ଯାଇଥିବାରୁ ଏପ୍ରକାର ସ୍ଥିତି ଉପୁଜିଛି। ଫଳରେ ପିଲା ମାନଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେବା ସହ ଲୋକ ମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟୁତ୍ ସରବରାହ ବନ୍ଦ ଥିବାରୁ ପାଣି ଉଠି ପାରୁନାହିଁ। ଲୋକ ମାନଙ୍କୁ ଗାଧୋଇବାକୁ ପୋଖରୀ , ନାଳ କୁ ଯିବାକୁ ପଡୁଛି। ବିଦ୍ୟୁତ୍ ବିଭାଗ ରେ ଅଭିଯୋଗ କଲା ପରେ ମଧ୍ୟ ଲାଇନ୍ ଠିକ୍ କରିବାକୁ କିମ୍ବା ନୂତନ ଟ୍ରାନସଫର୍ମର ଲଗାଇବାକୁ କୌଣସି ପଦକ୍ଷେପ ନିଆ ଯାଇନାହିଁ।
ଦଲକି ପଞ୍ଚାୟତ ର ପ୍ରଭାବିତ ପ୍ରାୟ ୨୫ ଟି ପରିବାରର ଲୋକମାନେ ଆଜି ବିରମିତ୍ରପୁର ଟାଟା ପାୱାର କାର୍ଯ୍ୟଳୟ ଆସି ଇଞ୍ଜିନିୟର ଙ୍କୁ ଏକ ଦାବି ପତ୍ର ଦେଇଥିଲେ। ଶୀଘ୍ର ବିଦ୍ୟୁତ୍ ସଂଯୋଗ କରା ନଗଲେ କାର୍ଯ୍ୟାଳୟକୁ ବନ୍ଦ କରିଦେବା ନେଇ ଚେତାବନୀ ଦେଇଛନ୍ତି ଲୋକମାନେ।