ରାଉରକେଲା : ପେଟ୍ରୋଲ ଢାଳି ଯୁବତୀଙ୍କୁ ଜାଳି ଦେବା ଘଟଣାର ଅଭିଯୁକ୍ତ ରଜତ ଗିରଫ।। ସୁନ୍ଦରଗଡ଼ରୁ ଆଣିଥିଲା ୩୦ ଲିଟର ପେଟ୍ରୋଲ।
ରାଉରକେଲା:୨୯/୬
(ସତ୍ୟାନ୍ୟୁଜ) ପ୍ରେମ ରେ ଅସଫଳ ହୋଇ ଯୁବତୀଙ୍କୁ ପେଟ୍ରୋଲ ଢାଳି ଜାଳି ଦେବା ଘଟଣାରେ ରାଉରକେଲା ପୋଲିସ୍ ଅଭିଯୁକ୍ତ ରଜତ କିରୋ କୁ ଗିରଫ କରି କୋର୍ଟ ଚାଲାଣ କରିଛି। ରଜତ ଏବେ ଜେଲ୍ ରେ। ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ଟିମ୍ ଅଭିଯୁକ୍ତ କୁ ଲାଠିକଟା ଅଞ୍ଚଳରୁ ଗିରଫ କରିଥିଲା। ରାଉରକେଲା କିମ୍ବା ବିଶ୍ରାରେ ଅଧିକ ପରିମାଣର ପେଟ୍ରୋଲ ନମିଳିବାରୁ ୧୦୦ କିଲୋମିଟର ଦୂର ସୁନ୍ଦରଗଡ଼ରୁ ଜାର୍ ରେ ୩୦ ଲିଟର ପେଟ୍ରୋଲ ଆଣିଥିଲା ରଜତ। ରାଗ ବ୍ରହ୍ମ ଚଣ୍ଡାଳ ଭଳି ରଜତ ଶୁକ୍ରବାର ରାତିରେ ଯୁବତୀ ଶୋଇଥିବା ଘରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଯୁବତୀ ଗୁରୁତର ଭାବେ ପୋଡ଼ି ଯାଇଥିବା ବେଳେ ତାଙ୍କ ଘର ମଧ୍ୟ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା। ପରିବାର ଲୋକେ ଯୁବତୀଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ୍ ଆଣିଥିଲେ। ମାତ୍ର ସେଠାର ତାଙ୍କୁ ବୁର୍ଲା ରେଫର କରାଯାଇଥିଲା। ମାତ୍ର ବୁର୍ଲାରେ ମଧ୍ୟ ବେଡ୍ ନଥିବା ଦର୍ଶାଇ ଗୁରୁତର ଯୁବତୀଙ୍କୁ ଫେରାଇ ଦିଆଯାଇଥିଲା। ଫଳରେ ୧୧ ଘଣ୍ଟା ପରେ ଯୁବତୀଙ୍କୁ ବୁର୍ଲାରୁ ଫେରାଇ ଆଣି ରାଉରକେଲା ଜେପି ହସ୍ପିଟାଲ୍ ରେ ଭର୍ତ୍ତି କରା ଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଅଛି। ତବେ ପେଟ୍ରୋଲ ଜାର୍ ରେ ଦେବା ମନା ଥିବା ବେଳେ ରଜତ ଏତେ ପରିମାଣର ପେଟ୍ରୋଲ କିପରି ଆଣିଲା ତାର ତଦନ୍ତ ଚାଲିଛି।