ରାଉରକେଲା : ୩ ନମ୍ୱର୍ ସେକ୍ଟର ଅହିରାବନ୍ଧ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ।। ଆରଏସପି,ଡିଆଇସି ଆଲୋକ ବର୍ମା ଛେରା ପହଁରା କଲେ।
ରାଉରକେଲା:୨୯/୬
(ସତ୍ୟାନ୍ୟୁଜ)ରାଉରକେଲା ସେକ୍ଟର-୩ ଅହିରାବନ୍ଧ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ଉତ୍ସବ ଭକ୍ତିମୟ ପରିବେଶରେ ପାଳିତ ହୋଇଛି। ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କୁ ବିଧିବିଧାନ ଅନୁଯାୟୀ ପବିତ୍ର ସ୍ନାନ କରାଯାଇଥିଲା।
ଏହି ଅବସରରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଡାଇରେକ୍ଟର-ଇନ୍-ଚାର୍ଜ ଆଲୋକ ବର୍ମା ପାରମ୍ପରିକ ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ। କାର୍ଯ୍ୟକ୍ରମରେ ରଘୁନାଥପାଲିର ପୂର୍ବତନ ବିଧାୟକ ସୁବ୍ରତ ତରାଇ, ମନ୍ଦିର ଟ୍ରଷ୍ଟର ଟ୍ରଷ୍ଟି ଗିରିଜା ଶଙ୍କର ଦ୍ୱିବେଦୀ, ଅନ୍ୟାନ୍ୟ ଟ୍ରଷ୍ଟି ଓ ସେବାୟତମାନେ ଉପସ୍ଥିତ ଥିଲେ।
ମନ୍ଦିର କମିଟି ପକ୍ଷରୁ ଗତକାଲି ଭଜନ ସନ୍ଧ୍ୟାର ଆୟୋଜନ ମଧ୍ୟ କରାଯାଇଥିଲା, ଯେଉଁଥିରେ ବହୁ ସଂଖ୍ୟକ ଭକ୍ତ ଯୋଗଦେଇ ଭକ୍ତିରସରେ ମଗ୍ନ ହୋଇଥିଲେ।
ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ମନ୍ଦିର ପରିସରରେ ସକାଳଠାରୁ ଶ୍ରଦ୍ଧାଳୁଙ୍କ ବ୍ୟାପକ ସମାଗମ ଦେଖିବାକୁ ମିଳିଥିଲା। ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ।