ରାଉରକେଲା : ଆର ପି ଏଫ୍ ଅଧିକାରୀ ଙ୍କ ସହ ଦୁଇଜଣ ଙ୍କ ଘରେ ସିବିଆଇ ଚଢ଼ାଉ।। ଜଣେ ଗିରଫ।। ଆରପିଏଫ୍ ଅଧିକାରୀ ଫେରାର।

0 127

ରାଉରକେଲା:୬/୬(ସତ୍ୟାନ୍ୟୁଜ) ରାଉରକେଲା ରେଳ ଷ୍ଟେସନରେ ଭେଣ୍ଡର୍ ଙ୍କ ଠାରୁ ଆରପିଏଫ୍ ଅଧିକାରୀ ମାସିକିଆ ବଟି ନେବା ମାମଲାରେ ସିବିଆଇ ଚଢ଼ାଉ ଜାରି ରହିଛି। ଏହି ମାମଲାର ଅଭିଯୁକ୍ତ ଆରପିଏଫ୍ ଇନ୍ସପେକ୍ଟର କମଲେଶ ସମାଦାର ଫେରାର ହୋଇ ଯାଇଥିବା ବେଳେ ଜଣେ ଦଲାଲ ଅଜୟ ମିଶ୍ରଙ୍କୁ ସିବିଆଇ ଗିରଫ କରିଛି। ଅନ୍ୟ ଜଣେ ଦଲାଲ ବିଟୁ ମଧ୍ୟ ଫେରାର ହୋଇ ଯାଇଛି। ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ସିବିଆଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି।
ସୂଚନା ମୁତାବକ ଆରପିଏଫ୍ ଅଧିକାରୀ କମଲେଶ ସମାଦାର ଦଲାଲ ଅଜୟ ଏବଂ ବିଟୁ ଙ୍କ ଜରିଆରେ ରାଉରକେଲା ଷ୍ଟେସନରେ ଭେଣ୍ଡର ମାନଙ୍କୁ ଧମକ ଚମକ ଦେଇ ମାସିକିଆ ବଟି ଦେବାକୁ ଏକରକମ ବାଧ୍ୟ କରୁଥିଲେ। ଏମିତି ଭାବେ ମାସକୁ ଲକ୍ଷାଧିକ ଟଙ୍କା ସଂଗ୍ରହ କରାଯାଇ ଭାଗ ବଣ୍ଟା ହେଉଥିଲା। କିଛି ଭେଣ୍ଡର ଙ୍କୁ ବାରମ୍ବାର ହଇରାଣ କରିବାରୁ ସେମାନେ ସିବିଆଇ ର ଦ୍ୱାରସ୍ଥ ହୋଇଥିଲେ। ଗତକାଲି ସନ୍ଧ୍ୟାରୁ ସିବିଆଇ ଆରପିଏଫ୍ ଅଧିକାରୀ ଏବଂ ଦୁଇ ଦଲାଲଙ୍କ ଘରେ ଚଢ଼ାଉ କରି ତଦନ୍ତ ଜାରି ରଖିଛନ୍ତି। ଅଭିଯୁକ୍ତ ମାନଙ୍କ ଘରୁ ବହୁ କାଗଜପତ୍ର ଜବତ୍ ହୋଇ ଥିବା ସୂଚନା ମିଳିଛି। ତଦନ୍ତରେ ବାଧା ଦୃଷ୍ଟିରୁ ସିବିଆଇ ପକ୍ଷରୁ
ଏ ବାବଦରେ ଆଧିକାରିକ ସୂତ୍ରରେ ସୂଚନା ଦିଆ ଯାଇ ନାହିଁ।

Leave A Reply

Your email address will not be published.