କଂଗ୍ରେସ ନେତା ପ୍ରଶାନ୍ତ ସେଠୀଙ୍କ ୮ ନମ୍ବର ସେକ୍ଟର ସମଲେଶ୍ବରୀ ବସ୍ତି ପରିଦର୍ଶନ।। ବିଭିନ୍ନ ସମସ୍ୟା ବାବଦରେ ବସ୍ତି ବାସିନ୍ଦାଙ୍କ ସହ ଆଲୋଚନା ।
ଦୁଇଦିନ ହେଲା ରାଉରକେଲା ସହରରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି । ବର୍ଷାରେ ବିଭିନ୍ନ ବସ୍ତି ଅଞ୍ଚଳର ଅବସ୍ଥା ଶୋଚନୀୟ ହୋଇ ପଡିଛି । ବିଭିନ୍ନ ବସ୍ତିର ସମସ୍ୟା ସମ୍ପର୍କରେ ଅବଗତ ହେବାକୁ ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ ଉପ ସଭାପତି ପ୍ରଶାନ୍ତ ସେଠି ରବିବାର ଦିନ ବିଭିନ୍ନ ବସ୍ତି ଗସ୍ତ କରିଛନ୍ତି ।
ଆଜି ପ୍ରତିକୂଳ ପାଗ ସ୍ୱତ୍ତ୍ୱେ ନିଜର ସମର୍ଥକଙ୍କ ସହ ସକାଳେ ଯାଇ ପହଞ୍ଚିଥିଲେ ୮ ନମ୍ବର ସେକ୍ଟର ସମଲେଶ୍ଵରୀ ବସ୍ତି ରେ। ବସ୍ତି ରେ ବର୍ଷା ଜନିତ ଅସୁବିଧା ବୁଝିବା ସହ ଅନ୍ୟ ସମସ୍ୟା ଯଥା ପାନୀୟ ଜଳ, ଅଙ୍ଗନୱାଡି ଗୃହ, ସ୍ବାସ୍ଥ୍ୟ ସେବା, ବିଦ୍ୟୁତ ସେବା ବାବଦରେ ବାସିନ୍ଦା ଙ୍କ ଠାରୁ ଶୁଣି ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି କହିଥିଲେ। ଅନେକ ସରକାରୀ ଯୋଜନା ଥାଇ ମଧ୍ୟ ଲୋକ ସେ ବାବଦରେ ଅବଗତ ନାହାଁନ୍ତି , ତେଣୁ ତା’ର ଉପଯୋଗ ନେଇ ଆଲୋଚନା କରି ସମସ୍ତ ଙ୍କ ସହଯୋଗ ରେ ସମାଧାନ ସମ୍ଭବ ହେବ ବୋଲି ବସ୍ତି ବାସିନ୍ଦାଙ୍କୁ ବୁଝାଇଥିଲେ। ଏହି ଅଭିଯାନ ରେ ଅନ୍ୟ ମାନଙ୍କ ମଧ୍ୟରେ ସରୋଜ ନାୟକ, ବିଶ୍ଵ ରଞ୍ଜନ ରାଉତ,ବିନୟ ସିଂ, ଜୈନ ମଛକନ୍ଦ,ପ୍ରଦୀପ ଦାସ, ଦେବଦତ୍ତ ଜେନା,ରଜତ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ।

