ଟ୍ରକ,ଟିପର ମାଲିକ ଏବଂ ମହାବୀର କାରଖାନା ବିବାଦ : ଟ୍ରକ , ଟିପର ମାଲିକଙ୍କ ସହ ରାଉରକେଲା ବିଧାୟକଙ୍କ ଅଲୋଚନା ।। ଅର୍ଥନୈତିକ ଅବରୋଧ ସ୍ଥଗିତ ।
ରାଉରକେଲା କଲୁଙ୍ଗା ଆଇ ଡି ସି ସ୍ଥିତ ମହାବୀର ଫେରୋ ଆଲୟଜ କାରଖାନା କର୍ତ୍ତୃପକ୍ଷ ଙ୍କ ସହ ମାଲ ପରିବହନ କୁ ନେଇ ସ୍ଥାନୀୟ ଟ୍ରକ ଏବଂ ଟ୍ରେଲର ସଂଘ ମଧ୍ୟରେ ଉଠିଥିବା ବିବାଦ ରେ ରାଉରକେଲା ବିଧାୟକ ହସ୍ତକ୍ଷେପ କରିଛନ୍ତି
। ଆସନ୍ତା ୧୫ ତାରିଖରେ ରାଉରକେଲା ର ୪ଟି ଟ୍ରକ ଏବଂ ଟ୍ରେଲର ଆସୋସିଏସନ ପକ୍ଷରୁ ମହାବୀର ଫେରୋ ଆଲୟଜ କାରଖାନା ବିବାଦକୁ ନେଇ ଅର୍ଥନୈତିକ ଅବରୋଧ ଡାକରା ଦିଆଯାଇଥିଲା । ସୂଚନା ପାଇବା ପରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ରାଉରକେଲା ଟ୍ରକ ମାଲିକ ସଙ୍ଘ , ବେଦବ୍ୟାସ ଟ୍ରକ ମାଲିକ ସଂଘ , ଖଣି ଅଞ୍ଚଳ ଟ୍ରକ ଏବଂ ଟିପର ଆସୋସିଏସନ ଏବଂ ଅନ୍ୟ କେତେକ ସଂଘର କର୍ମକର୍ତ୍ତା ଙ୍କ ସହ ଆଲୋଚନା କରିଥିଲେ । ପାଞ୍ଚ ନମ୍ବର ସେକ୍ଟର ସ୍ଥିତ ବିଧାୟକଙ୍କ କାର୍ଯ୍ୟାଳୟରେ ଆଲୋଚନା ପରେ ସମସ୍ୟା ର ସମାଧାନ ହୋଇପାରିବ ବୋଲି ଟ୍ରକ , ଟ୍ରେଲର ମାଲିକ ମାନେ ଆଶା ବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟଯେ ମହାବୀର ଫେରୋ ଆଲୟଜ କମ୍ପାନୀ ସ୍ଥାନୟ ଗାଡି ମାଲିକଙ୍କୁ ଲୋଡିଙ୍ଗ ଦେବାରେ ପ୍ରାଥମିକତା ନଦେଇ ବାହାର ଗାଡିକୁ ଲୋଡ ଦେଉଥିବାରୁ ଗାଡି ମାଲିକ ମାନେ କାରଖାନା ସମ୍ମୁଖରେ ଧାରଣା ଦେଇଥିଲେ । ପରେ ପୋଲିସ ଧାରଣା ସ୍ଥଳରୁ ଟ୍ରକ , ଟିପର , ଟ୍ରେଲର ମାଲିକଙ୍କୁ ଆଣି ଅଟକ ରଖିଥିଲେ । ପରେ ନିଜର ଦାବି ପୂରଣ ଲାଗି ଏହି ସଙ୍ଘ ମାନଙ୍କ ତରଫରୁ ନଭେମ୍ବର ୧୫ ତାରିଖରେ ଅର୍ଥନୈତିକ ଅବରୋଧ ଡାକରା ଦିଆଯାଇଥିଲା । ବିବାଦର ସମାଧାନ ଲାଗି ରାଉରକେଲା ବିଧାୟକଙ୍କ ଠାରୁ ଆଶ୍ୱାସନା ପାଇବା ପରେ ଅର୍ଥନୈତିକ ଅବରୋଧ ଡାକରା କୁ ସ୍ଥଗିତ ରଖାଯାଇଥିବା ଟ୍ରକ ଏବଂ ଟିପର ମାଲିକ ମାନେ ଏକ ପ୍ରେସ ରିଲିଜ ରେ ସୂଚନା ଦେଇଛନ୍ତି ।
