ରାଉରକେଲା : ହାଉଡା – ମୁମ୍ବାଇ ମେଲ୍ ଲାଇନଚ୍ୟୁତ।। ୧୦ ଆହତ।। ମାଲଗାଡି କୁ ଧକ୍କା ଦେବା ପରେ ଲାଇନଚ୍ୟୁତ।। ଉଦ୍ଧାର କାର୍ଯ୍ୟ ଜାରି।
ରାଉରକେଲା : ୩୦/୭(ସତ୍ୟାନ୍ୟୁଜ) ଆଜି ପୁଣି ଲାଇନଚ୍ୟୁତ ହେଲା ଆଉ ଏକ ଏକ୍ସପ୍ରେସ୍ ଟ୍ରେନ୍ । ଟ୍ରାକରୁ ଖସି ଯାଇଛି ହାୱଡା-ମୁମ୍ବାଇ ଏକ୍ସପ୍ରେସ। ଓଡ଼ିଶା – ଝାଡ଼ଖଣ୍ଡ ସୀମାନ୍ତ ରାଜ ଖରସୁଆଁ ନିକଟରେ ଲାଇନଚ୍ୟୁତ ହୋଇଛି ଟ୍ରେନ୍। ଏଥିରେ ୧୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।
ଚକ୍ରଧରପୁର ଡିଭିଜନ୍ ର ରାଜ ଖରସୁଆଁରୁ ୭ କିମି ଦୂରରେ ଏହି ଦୁର୍ଘଟଣା ଘଟିଛି । ଆଜି ଭୋର୍ ୩ଟା ୪୫ମିନିଟରେ ଏକ ମାଲବାହୀ ଟ୍ରେନ୍କୁ ଧକ୍କା ଦେବା ପରେ ଲାଇନଚ୍ୟୁତ ହୋଇ ଯାଇଛି ଟ୍ରେନ୍ । ପ୍ରାଥମିକ ସୂଚନା ଅନୁସାରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ
ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ରେଲୱେ ମେଡିକାଲ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କ ଚିକିତ୍ସା କରିଛନ୍ତି।
ଘଟଣାସ୍ଥଳରେ ଚକ୍ରଧରପୁର ଡିଭିଜନ୍ ADRM ଓ ବରିଷ୍ଠ ରେଳୱେ ଅଧିକାରୀ ପହଞ୍ଚିଛନ୍ତି। ଏହି ଟ୍ରେନ୍ ଓଡ଼ିଶା ଦେଇ ଯାତାୟତ କରୁଥିବାରୁ ଏଥିରେ ବହୁ ଓଡ଼ିଶାର ଯାତ୍ରୀ ଥିବା ଅନୁମାନ କରାଯାଉଛି। ଦୁର୍ଘଟଣା ପରେ ହାଉଡା – ମୁମ୍ବାଇ ମାର୍ଗରେ ଟ୍ରେନ୍ ଚଳାଚଳ ବାଧା ପ୍ରାପ୍ତ ହୋଇଛି।
ଦୁର୍ଘଟଣା ପରେ ରାଉରକେଲା, ଝାରସୁଗୁଡ଼ା, ଚକ୍ରଧରପୁର, ଟାଟାନଗର ପାଇଁ ହେଲ୍ପଲାଇନ୍ ଜାରି ହୋଇଛି। ରାଉରକେଲା ପାଇଁ ହେଲପ ଲାଇନ୍ ନମ୍ବର- 0661-2501072/2500244/2500191/2500171, ଝାରସୁଗୁଡ଼ା ପାଇଁ ହେଲ୍ପ ଲାଇନ୍ ନମ୍ବର- 06645-272530, ଚକ୍ରଧରପୁର ପାଇଁ ହେଲ୍ପଲାଇନ୍ ନମ୍ବର- 72770, 06587-238072 ଓ ଟାଟାନଗର ପାଇଁ ହେଲ୍ପଲାଇନ୍ ନମ୍ବର- 0657-2290324, RLY-73523