ବଣାଇ : ଗାଁ ରେ ପଶି ଦନ୍ତା ଭାଙ୍ଗୁଛି ଘର।। ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ଚାରି ସଦସ୍ୟ।। ଏକ ସପ୍ତାହ ହେଲା ଦନ୍ତା ଚଳାଇଛି ଉପଦ୍ରବ।

0 407

ବଣାଇ : ୧୧/୭ (ସତ୍ୟାନ୍ୟୁଜ) ବଣାଇ ଅଞ୍ଚଳ ରେ ଏକ ଗୋଠ ଛଡ଼ା ଦନ୍ତା ହାତୀର ଉପଦ୍ରବ ଥମୁ ନାହିଁ। ଗତକାଲି ରାତିରେ ଗୋଟିଏ ପରିବାରର ୪ ଜଣ ସଦସ୍ୟ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ବଣାଇ , କୁଳି ପୋଷ, ବାଙ୍କୀ ରେଞ୍ଜରେ ଏକ ସପ୍ତାହ ହେଲା ଏହି ଦନ୍ତା ହାତୀଟି ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛି। ଲୋକମାନେ ନିଜ ଜୀବନ ମଧ୍ୟ ସୁରକ୍ଷିତ ମଣୁ ନାହାନ୍ତି। ଗତ କାଲି ବଣାଇର ଛତିଆଢ଼ିପା, ବାବୁ ନୂଆଗାଁ, ଗୁଢ଼ୀଆଳି ଅଞ୍ଚଳ ରେ ଦନ୍ତା ଉତ୍ପାତ ମଚାଇ ଥିବା ବେଳେ ଜୟନ୍ତ ମାଝି ଏଵଂ ହୃଷି ପାତ୍ରଙ୍କ ଘର ଭାଙ୍ଗି ଦେଇଥିଲା। ସୌଭାଗ୍ୟ ବଶତ ମୃତ୍ୟୁ ମୁଖ୍ୟରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜୟନ୍ତ ମାଝିଙ୍କ ପରିବାରର ଚାରି ଜଣ ସଦସ୍ୟ। ହାତୀ ଘର ଭାଙ୍ଗିବା ସମୟରେ ଜୟନ୍ତ ମାଝି ଘରର ଦୁଆର ପାଖରେ ସୋଇଥିଲେ । ତାଙ୍କ ସ୍ତ୍ରୀ ଏବଂ ଛୋଟ ପୁଅ, ଝିଅ ଘର ଭିତରେ ଥିଲେ। ହାତୀ ଘର ଭଙ୍ଗୁଥିବା ବେଳେ ଜୀବନ ବଞ୍ଚାଇବା ପାଇଁ ପରିବାର ପଲଙ୍କ ତଳେ ଆଶ୍ରୟ ନେଉଥିଲେ। ଇଟା ଏବଂ ସିମେଣ୍ଟ ମିଶ୍ରିତ ବଡ଼ ଖଣ୍ଡ ପଡି ଯିବାରୁ ପଲଙ୍କ ତଳେ ଜୟନ୍ତ ଙ୍କ ସ୍ତ୍ରୀ ଗୁଡିଆ ମାଝି ଚାପି ହୋଇ ରହିଥିଲେ । ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ସ୍ଥାୟୀ ଭାବେ ଦନ୍ତା ହାତୀଟିକୁ ଜଙ୍ଗଲ ମଧ୍ୟକୁ ଘଉଡ଼ାଇବା କୁ ଗ୍ରାମବାସୀ ମାନେ ବନ ବିଭାଗ ନିକଟରେ ଦାବି କରିଛନ୍ତି।

Leave A Reply

Your email address will not be published.