ରାଉରକେଲା : ନିଖୋଜ ବୃଦ୍ଧଙ୍କ ମୃତ ଶରୀର ପୋଲ ତଳୁ ଉଦ୍ଧାର।। ମୃତ୍ୟୁର କାରଣ ସମ୍ପର୍କରେ ପୋଲିସ ତଦନ୍ତ ଜାରି।

0 756

ରାଉରକେଲା : ୩/୭ (ସତ୍ୟାନ୍ୟୁଜ) ଗତକାଲି ଠାରୁ ନିଖୋଜ ଥିବା ୭୫ ବର୍ଷୀୟ ବୃଦ୍ଧଙ୍କ ମୃତ ଶରୀର ଆଜି ସକାଳେ ଉଦ୍ଧାର କରାଯାଇଛି। ୧୪୩ ନମ୍ବର ଜାତୀୟ ରାଜପଥ ତରକେରା ଶିବ ମନ୍ଦିର ନିକଟ ପୋଲ ତଳୁ ଗୁରୁବାର ସକାଳ ପ୍ରାୟ ୭ ଟା ସମୟରେ ମୃତଦେହ ଉଦ୍ଧାର ହୋଇଛି। ମୃତକ ରାଉରକେଲା ଡିଲକ୍ସ ଗଳିର ୭% ବର୍ଷୀୟ ଭଗବାନ ଅଗ୍ରୱାଲ ବୋଲି ଜଣାପଡିଛି। ଗତକାଲି ଠାରୁ ସେ ଘରୁ ନିଖୋଜ ଥିଲେ। ପରିବାର ଲୋକ ଏ ନେଇ ପ୍ଲାଣ୍ଟସାଇଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଗୁରୁବାର ସକାଳେ ପୋଲ ତଳେ ଶବ ପଡିଥିବା ଦେଖି ଲୋକେ ରଘୁନାଥପାଲି ଥାନାକୁ ସୂଚନା ଦେଇଥିଲେ। ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଛନ୍ତି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏ ବାବଦରେ ପୁଲିସ୍ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.