ରାଉରକେଲା : ୩/୭(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳକୁ ତିନି ଦିନ ହେଲା ପଶି ଆସି ଥିବା ଏକ ଦନ୍ତାହାତୀ ଉପଦ୍ରବ ଆରମ୍ଭ କରିଦେଇଛି। ଦେବଗଡ଼ ଅଞ୍ଚଳରୁ ଆସିଥିବା ଏହି ଦନ୍ତା ହାତୀ ଗୋଗୁଆ, ତଳିତା, ନୂଆପାଲି, ଧାରିଣୀ ଧର ପାଲି ଅଂଚଳ ରେ ଉତ୍ପାତ ଚଳାଇଛି। ଗତ କାଲି ରାତିରେ ଧରଣୀଧର ପାଲି ରେ ପଶି ତିନିଟି ଘର ଭାଙ୍ଗିବା ସହିତ ଆସବାବପତ୍ର ନଷ୍ଟ କରି ଦେଇଛି। ହାତୀ ଯୋଗୁ ଗ୍ରାମବାସୀ ରାତି ସାରା ଅନିଦ୍ରା ରହି ଜଗୁ ଛନ୍ତି। ହାତୀ ଘଉଡାଇବାକୁ ବନ ବିଭାଗ ଅସଫଳ ହେବାରୁ ଉତ୍ତେଜିତ ଗ୍ରାମବାସୀ ସ୍ଥାନୀୟ ନର୍ସରୀରେ ତାଲା ପକାଇ ଦେଇଛନ୍ତି। ହାତୀକୁ ତୁରନ୍ତ ଏଠାରୁ ଅନ୍ୟତ୍ର ନେବାକୁ ଗ୍ରାମବାସୀ ଦାବି କରିଛନ୍ତି। ସୂଚନାଯୋଗ୍ୟଯେ ଗତ ସପ୍ତାହରେ ହାତୀ ଆକ୍ରମଣରେ ଜିଲ୍ଲାରେ ଦୁଇ ଜଣ ପ୍ରାଣ ହରାଇଛନ୍ତି।