ସୁନ୍ଦରଗଡ ଜିଲ୍ଲାରେପୋୖର ନିର୍ବାଚନ ଲାଗି ପର୍ଯ୍ୟବେକ୍ଷକ ଙ୍କ ଅନୁଧ୍ୟାନ।।ବିଭିନ୍ନ ବୁଥ , ଷ୍ଟ୍ରଙ୍ଗ ରୁମ , ଭୋଟ ଗଣତି କେନ୍ଦ୍ର ପରିଦର୍ଶନ କଲେ।

0 396

ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ରାଜ୍ୟରେ ପୋୖର ନିର୍ବାଚନ ହେବ। ସେହି ଅନୁସାରେ ସୁନ୍ଦରଗଡ଼ ପୌରପାଳିକାରେ ମଧ୍ୟ ନିର୍ବାଚନ ହେବ।

ଏହାକୁ ଦୃଷ୍ଟିରେ ରଖି ନିର୍ବାଚନକୁ କିପରି ସଠିକ୍ ଭାବେ ପରିଚାଳନା କରାଯିବ ସେନେଇ ସାଧାରଣ ନିର୍ବାଚନ ପର୍ଯ୍ୟବେକ୍ଷକ ଚିତ୍ତରଞ୍ଜନ ପାତ୍ର ବିଭିନ୍ନ ବୁଥ୍ ଏବଂ ଷ୍ଟ୍ରଙ୍ଗ ରୁମ୍ ସହିତ ଭୋଟ ଗଣତି କେନ୍ଦ୍ର ପରିଦର୍ଶନ କରି ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି।

ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସହିତ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ଚନ୍ଦ୍ର ନାୟକ, ଡୁଡାର ପିଡି ରୀତା ଡାଙ୍ଗ, ସୁନ୍ଦରଗଡ ପୌରପାଳିକାର ନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.