ମହାଶିବରାତ୍ରି ରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଶୈବ୍ୟପୀଠରେ ୧୪୪ ଧାରା ଲାଗୁ।। କୋଭିଡ କଟକଣା ଯୋଗୁଁ ଭକ୍ତ ଶିବ ଦର୍ଶନ ରୁ ବଞ୍ଚିତ।

0 490

ଆଜି ମହାଶିବରାତ୍ରି। ରାଉରକେଲା ବେଦବ୍ୟାସ ସମେତ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଶୈବ୍ୟପୀଠ ରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା କରିବା ଉପରେ ରୋକ ଲଗାଯାଇଛି।

ଶ୍ରଦ୍ଧାଳୁଙ୍କ ଭିଡ଼ ସମ୍ଭାବନା ଥିବାରୁ କୋଭିଡ ସଂକ୍ରମଣ ଆଶଙ୍କାରେ ବେଦବ୍ୟାସ ଶୈବ୍ୟ ପୀଠ , ବଣେଇ ବାଣେଶ୍ବର ମନ୍ଦିର ପରିସରରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ବାରିକେଡିଂ କରାଯାଇ ଶ୍ରଦ୍ଧାଳୁ ଙ୍କ ପ୍ରବେଶକୁ ବାରଣ କରାଯାଇଛି। କଟକଣା ଯୋଗୁଁ କମ ସଂଖ୍ୟକ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରିବାକୁ ମନ୍ଦିର ଆସୁଥିବା ବେଳେ ସେମାନଙ୍କୁ ମଧ୍ୟ ପୋଲିସ ଅଟକାଉଥିବା ଦେଖାଯାଉଛି। କେବଳ ପୂଜକ ଏବଂ ମନ୍ଦିର ଟ୍ରଷ୍ଟର ସଦସ୍ୟ ମାନେ ଉପସ୍ଥିତ ରହି ବିଧି ଅନୁସାରେ ପୂଜାର୍ଚନା କରୁଛନ୍ତି। ଶୈବ୍ୟପୀଠ ରେ କଟକଣା ଯୋଗୁଁ ଶ୍ରଦ୍ଧାଳୁ ମାନେ ଅନ୍ୟ ସ୍ଥାନରେ ଥିବା ବିଭିନ୍ନ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି

Leave A Reply

Your email address will not be published.