ହୋଲି ଉତ୍ସଵ ପାଳନ ଉପରେ କଟକଣା ଲଗାଇଲେ ସ୍ୱତନ୍ତ୍ର ରିଲିଫ କମିଶନର।। ନିଜ ନିଜ ଘରେ ରଙ୍ଗ ଖେଳିବାକୁ ପରାମର୍ଶ।

0 503

ଏବର୍ଷ ମଧ୍ୟ ସାର୍ବଜନୀକ ସ୍ଥାନରେ ହୋଲି ଖେଳ କିମ୍ବା ହୋଲି ସମ୍ପର୍କିତ କୌଣସି କାର୍ଯ୍ୟକ୍ରମ ହୋଇପାରିବ ନାହିଁ। ଏହି କଟକଣା ଲଗାଇଛନ୍ତି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ।

ହୋଲି ଉତ୍ସବ ପାଳନ ବେଳେ ଲୋକଙ୍କ ଭିଡ଼ ହେବାର ସମ୍ଭାବନା ଥିବାରୁ କୋଭିଡ ସଂକ୍ରମଣ ବଢିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ହୋଲି ପାଳନ ଉପରେ କଟକଣା ଲଗାଯାଇଛି ବୋଲି କମିଶନର କହିଛନ୍ତି। କଟକଣା ଅନୁସାରେ କୌଣସି ସର୍ବସାଧାରଣ ସ୍ଥାନରେ ହୋଲି ରଙ୍ଗ ଖେଳ ହୋଇ ପାରିବ ନାହିଁ କିମ୍ବା ହୋଲି ଉତ୍ସଵ ପାଳନ କରାଯାଇ ପାରିବ ନାହିଁ। ତେବେ ନିଜନିଜ ଘରେ ଲୋକମାନେ ହୋଲି ଖେଳିପାରିବେ। ଦୋଳ ଉତ୍ସବ ଏବଂ ଦୋଳ ମେଳଣ ପାଳନ ବେଳେ ସ୍ଥାନୀୟ ପ୍ରଶାସନ କୋଭିଡ ପ୍ରୋଟୋକଲ ଅନୁସାରେ କାର୍ଯ୍ୟକ୍ରମ ଲାଗି ଅନୁମତି ଦେବେ। ମାସ୍କ ପରିଧାନ କରିବା , ସାମାଜିକ ଦୂରତ୍ୱ ବଜାୟ ରଖିବା ଉପରେ ଗୁରୁତ୍ୱ ଦେବାକୁ ସ୍ୱତନ୍ତ୍ର ଋଲିଫ କମିଶନର କହିଛନ୍ତି।

Leave A Reply

Your email address will not be published.