ଦୁଇ ଗଞ୍ଜେଇ ଚାଲାଣକାରୀ ଙ୍କୁ ଗିରଫ କଲେ ପ୍ଲାଣ୍ଟସାଇଟ ପୋଲିସ।। ଗଞ୍ଜେଇ , ପିସ୍ତଲ , ଗୁଳି , ବାଇକ ଜବତ।

0 354

ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ରାଉରକେଲା ପ୍ଲାଣ୍ଟ ସାଇଟ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ଦ୍ବୟ ଡେଲିମାର୍କେଟ ଖଟାଲ ବସ୍ତିର ଭିକି ସାହୁ ଓରଫ ସଞ୍ଜୟ ଦତ୍ତ ଏବଂ ରେଳବାଇ କଲୋନିର ଅନୀଲ ନାଗ ଓରଫ ଗିଡ୍ଡୁ।

ଏମାନଙ୍କ ନିକଟରୁ ୨୮ କେଜି ୭୭୦ ଗ୍ରାମ ଗଞ୍ଜେଇ, ଗୋଟିଏ ପିସ୍ତଲ, ଅଫୁଟା ଗୁଳି ସହ ଗଞ୍ଜେଇ ଚାଲାଣ ରେ ବ୍ୟବହୃତ ହୋଇଥିବା ବାଇକ୍‌କୁ ଜବତ କରିଛନ୍ତି। ଶନିବାର ସଂଧ୍ୟାରେ ଗିରଫ ଦୁଇ ଅଭିଯୁକ୍ତ ‌ରେଲୱେ କଲୋନିରୁ ମୋଟରବାଇକ୍‌ ରେ ଗଞ୍ଜେଇ ନେଇ ନେହେରୁପାଲିକୁ ଯାଉଥିଲେ। ସୂଚନା ପାଇ ପ୍ଲାଣ୍ଟସାଇଟ୍‌ ପୁଲିସ ରେଲୱେ କଲୋନିରେ ଚଢ଼ଉ କରି ଦୁହିଁଙ୍କୁ ଗିରଫ କରିଥିଲେ। ଗିରଫ ଦୁଇ ଅଭିଯୁକ୍ତ କେଉଁଠୁ ଗଞ୍ଜେଇ ଆଣୁଥିଲେ ଏବଂ କେଉଁ ସବୁ ଅଞ୍ଚଳକୁ ପଠାଉଥିଲେ ପୁଲିସ ତା’ର ତଦନ୍ତ କରୁଛି।

Leave A Reply

Your email address will not be published.