ରାଉରକେଲା : ଜାତୀୟ ସ୍ତରରେ ୧୩୦ ସହର ମଧ୍ୟରେ ସ୍ୱଚ୍ଛ ବାୟୁ ସହର ଭାବେ ରାଉରକେଲା ପ୍ରଥମ।। ଦିଲ୍ଲୀରେ ପୁରଷ୍କାର ଗ୍ରହଣ କଲେ ଜିଲ୍ଲାପାଳ ଏବଂ କମିଶନର।
ରାଉରକେଲା : ୭/୯
(ସତ୍ୟା ନ୍ୟୁଜ)
ମଣିଷ ବଞ୍ଚିବାକୁ ଆବଶ୍ୟକ ପଡେ ମୁନ୍ଦାଏ ଵିଶୁଦ୍ଧ ଜଳ ଏବଂ ନିଶ୍ୱାସ ନେବାକୁ ସ୍ବଚ୍ଛ ପବନ। ଏହି ପରିପେକ୍ଷୀରେ ରାଉରକେଲା ସିଭିକ ସେଣ୍ଟରରେ ଆଜି ମନା ଯାଇଛି ବିଶ୍ୱ ସ୍ବଚ୍ଛ ବାୟୁ ଦିବସ। ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳ ଡିଆଇଜି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ଅନ୍ୟ ପକ୍ଷରେ ପୁଣି ଜାତୀୟସ୍ତରରେ ଚମକିଛି ରାଉରକେଲା। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ତରଫରୁ ପ୍ରକାଶିତ ସ୍ଵଚ୍ଛ ବାୟୁ ସର୍ବେକ୍ଷଣ-୨୦୨୬ ରେ ଦେଶର ଶ୍ରେଷ୍ଠ ୧୩୦ ସହର ମଧ୍ୟରେ ରାଉରକେଲା ସହର ଉତ୍କୃଷ୍ଟ ପ୍ରଦର୍ଶନ କରିଛି।
୩ ରୁ ୧୦ ଲକ୍ଷ ଜନସଂଖ୍ୟା ବର୍ଗରେ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛି। ସେହିପରି ୧୦ ହଜାରରୁ କମ୍ ଜନସଂଖ୍ୟା ବର୍ଗରେ ୧୩ ନମ୍ବର ୱାର୍ଡ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛି।
ଆଜି ସ୍ଵଚ୍ଛ ବାୟୁ ଦିବସ ଅବସରରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ସହ ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍ ପୁରସ୍କାର ଗ୍ରହଣ କରିଛନ୍ତି।
ଜାତୀୟ ସ୍ଵଚ୍ଛ ବାୟୁ କାର୍ଯ୍ୟକ୍ରମ ଅଧୀନରେ ଦେଶର ୧୩୦ଟି ସହରକୁ ନେଇ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ‘ଜାତୀୟ ସ୍ଵଚ୍ଛ ବାୟୁ ସହର’ ଭାବେ ରାଉରକେଲା ସହର ‘ସମସ୍ତଙ୍କ ପାଇଁ ସ୍ଵଚ୍ଛ ବାୟୁ’ ସହର ଭାବେ ବିବେଚିତ ହୋଇଛି। ବାୟୁ ପ୍ରଦୂଷଣ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି ଦିଗରେ ଉନ୍ନତ ପ୍ରଦର୍ଶନ କରି ଏହି ପୁରସ୍କାର ଲାଭ କରିଛି
ଆରଏମସି।