ଭଦ୍ରକ : ଜାତୀୟ ରାଜପଥ ରେ ଭୟଙ୍କର ଦୁର୍ଘଟଣା।। ଖୁଣ୍ଟରେ ପିଟି ହୋଇ କାର ଦୁର୍ଘଟଣା ଗ୍ରସ୍ତ।। ଚାପି ହୋଇ ରହିଥିବା ୩ ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ।

0 93

ଭଦ୍ରକରେ ଭୟାବହ ସଡ଼କ ଦୁର୍ଘଟଣା: କାର୍‌ରେ ଚାପି ହୋଇ ରହିଲେ ୩ ଜଣ, ଗ୍ୟାସ୍ କଟର୍‌ରେ କାଟି ଉଦ୍ଧାର କଲା ଦମକଳବାହିନୀ
ଭଦ୍ରକ: ୬/୯(ସତ୍ୟାନ୍ୟୁଜ) ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ନିକଟରେ ଘଟିଛି ଏକ ଭୟାବହ ସଡ଼କ ଦୁର୍ଘଟଣା। ଏକ ପାସେଞ୍ଜର ଅଟୋକୁ ଧକ୍କା ଦେବା ପରେ ଏକ କାର୍ ନିୟନ୍ତ୍ରଣ ହରାଇ ଡିଭାଇଡର ଓ ଷ୍ଟ୍ରିଟ୍ ଲାଇଟ୍ ଖୁଣ୍ଟରେ ପିଟି ହୋଇଥିଲା।
ଦୁର୍ଘଟଣାରେ କାର୍‌ଟି ଭାଙ୍ଗିରୁଜି ଯାଇଥିବା ବେଳେ ଏହା ଭିତରେ ଥିବା ୩ ଜଣ ଯାତ୍ରୀ ଚାପି ହୋଇ ରହିଯାଇଥିଲେ।
ସୂଚନା ଅନୁସାରେ, ଉଦଳା ଅଞ୍ଚଳର ୩ ଜଣ ବ୍ୟକ୍ତି ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଫେରୁଥିଲେ। ଧାମନଗର ଛକ ନିକଟରେ ସେମାନଙ୍କ କାର୍‌ଟି ଏକ ପାସେଞ୍ଜର ଅଟୋକୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ଡିଭାଇଡର ଓ ଷ୍ଟ୍ରିଟ୍ ଲାଇଟ୍ ଖୁଣ୍ଟରେ ପିଟିଥିଲା।
ଖବର ପାଇ ଭଣ୍ଡାରିପୋଖରୀ ଦମକଳବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଗ୍ୟାସ୍ କଟର୍‌ର ସହାୟତାରେ କାର୍‌କୁ କାଟି ଭିତରେ ଫସିଥିବା ୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।
ଉଦ୍ଧାର ପରେ ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ତେବେ ଆହତଙ୍କ ବର୍ତ୍ତମାନ ସ୍ଥିତି ଏବଂ ଦୁର୍ଘଟଣାର ପ୍ରକୃତ କାରଣ ସମ୍ପର୍କରେ ଅଧିକ ସୂଚନା ମିଳିବା ବାକି ରହିଛି।

Leave A Reply

Your email address will not be published.