ରାଉରକେଲା: ବିପଦକୁ ଡାକୁଛି ରାସ୍ତା କଡ ଶୁଖିଲା ଗଛ।। ବନ ବିଭାଗ ପକ୍ଷରୁ ଶୁଖିଲା ଡାଳ କଟା ଆରମ୍ଭ।।

0 100

ରାଉରକେଲା:୩୦/୧(ସତ୍ୟାନ୍ୟୁଜ) ରାଉରକେଲା ସହରର ରାସ୍ତା କଡ଼ରେ ଏବେ ଚାଲିଛି ଗଛ କଟା କାର୍ଯ୍ୟକ୍ରମ। ଏଥିପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ର ସାହାଯ୍ୟ ନିଆ ଯାଉଛି। ତେବେ ବନ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦିଷ୍ଟ ଭାବେ ରାସ୍ତାକଡ ଗଛର ଶୁଖିଲା ଡାଳ ଏବଂ ବିଦ୍ୟୁତ୍ ତାର କୁ ସ୍ପର୍ଶ କରିଥିବା ଡାଳ କଟା ଯାଉଛି। ଆଜି ବନ ବିଭାଗ ପକ୍ଷରୁ ହନୁମାନ ବାଟିକା ରାସ୍ତାରେ ଏହି ଡାଳ କଟା ଅଭିଯାନ ଆରମ୍ଭ ହୋଇଛି। ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ କାର୍ଯ୍ୟ ସମ୍ପାଦନ କରା ଯାଉଛି। ଏବେ କାଳ ବୈଶାଖୀ ଚାଲି ଥିବାରୁ ଶୁଖିଲା ଡାଳ ଲୋକଙ୍କ ଉପରେ ପଡି ଯିବାର ଆଶଙ୍କା ରହିଛି। ତେଣୁ ଯୁଦ୍ଧକାଳୀନ ଭିତ୍ତି ରେ ଏହି କାମ କରା ଯାଉଛି। ମାତ୍ର ସଠିକ୍ ରୂପେ ବିଭିନ୍ନ ସ୍ଥାନରେ ଥିବା ଶୁଖିଲା ଗଛ ଚିହ୍ନଟ କରି ଡାଳ କାଟିଲେ ଲୋକେ ଉପକୃତ ହେବେ ବୋଲି ମତ ପ୍ରକାଶ ପାଇଛି। ଜନଗହଳି।ପୂର୍ଣ୍ଣ ଡେଲି ମାର୍କେଟ ଅଞ୍ଚଳରେ ଏକ ଶୁଖିଲା ଗଛ ରାସ୍ତା ଉପରେ ରହିଛି। ଶୁଖିଲା ଡାଳ ପଡ଼ିଲେ ଲୋକେ ଆହତ ମଧ୍ୟ ହେଉଛନ୍ତି। ମାତ୍ର ବାରମ୍ବାର ଅଭିଯୋଗ କଲେ ମଧ୍ୟ ବନ ବିଭାଗ କିମ୍ବା ମହାନଗର ନିଗମ ଡାଳ କାଟିବାକୁ କୌଣସି ପଦକ୍ଷେପ ନେଉ ନଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି। ଏହି ଗଛର ଶୁଖିଲା ଡାଳ ଶୀଘ୍ର କରିବାକୁ ଦାବି ହେଉଛି।

Leave A Reply

Your email address will not be published.