ରାଉରକେଲା : ଅନମୋଲ୍ ଟିମ୍ ର ମହିଳା ମାଓବାଦୀ ର ଆତ୍ମସମର୍ପଣ।। ମାଓ ଦମନ କ୍ଷେତ୍ରରେ ପୁଣି ପୋଲିସ୍ କୁ ମିଳିଲା ବଡ ସଫଳତା।
ରାଉରକେଲା:୩୦/୧(ସତ୍ୟାନ୍ୟୁଜ) ସୀମାନ୍ତ ଅଞ୍ଚଳ କୁ ମାଓବାଦୀ ମୁକ୍ତ କରିବାରେ ରାଉରକେଲା ପୋଲିସ ର ଜାରି ରହିଥିବା ଉଦ୍ୟମକୁ ପୁଣି ମିଳିଛି ଏକ ବଡ଼ ସଫଳତା। ସରଣ୍ଡା ଜଙ୍ଗଲରେ ସକ୍ରିୟ ଥିବା ମାଓବାଦୀ କ୍ୟାଡ଼ର୍ ନେତା
ଅନମୋଲ୍ ଟିମ୍ ର ଜଣେ ମହିଳା ମାଓବାଦୀ ଆଜି ରାଉରକେଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ ଏବଂ ରାଉରକେଲା ଏସପି ଙ୍କ ସମ୍ମୁଖ ରେ ଏହି ମାଓବାଦୀ ଆତ୍ମସମର୍ପଣ କରିଥିଲେ। ପୋଲିସ୍ ମୁଖ୍ୟାଳୟରେ ଡିଆଇଜି ଏବଂ ଏସପି ଉକ୍ତ ମହିଳା ମାଓବାଦୀଙ୍କୁ ଫୁଲ ତୋଡା ଏବଂ ଶାଲ୍ ଦେଇ ସ୍ବାଗତ କରିଥିଲେ। ସରକାରଙ୍କ ଆତ୍ମସମର୍ପଣ ଯୋଜନାରେ ଥିବା ସମସ୍ତ ବେନିଫିଟ୍ ତାଙ୍କୁ ମିଳିବ ବୋଲି ଡିଆଇଜି କହିଛନ୍ତି। ମାଓବାଦୀ ଦମନ କ୍ଷେତ୍ରରେ ଓଡ଼ିଶା ପୋଲିସ କୁ କିଛି ଦିନ ମଧ୍ୟରେ ବଡ ସଫଳତା ମିଳିଛି। ଏହା ମଧ୍ୟରେ ୭୭ ଜଣ ମାଓବାଦୀ ଓଡ଼ିଶା ପୋଲିସ ନିକଟରେ ଏବଂ ୨୩ ଜଣ ଓଡ଼ିଶାରୁ ଯାଇ ଛତିଶଗଡ ପୋଲିସ୍ ନିକଟରେ ଆତ୍ମ ସମର୍ପଣ କରିଛନ୍ତି ।