ରାଉରକେଲା : ରାତି ପାହିଲେ ମହା ଶିବରାତ୍ରି।। ବେଦବ୍ୟାସ ଶୈବ ପୀଠ ରେ ୧୦ ପ୍ଲାଟୁନ୍ ପୋଲିସ୍ ମୁତୟନ।। ରାତି ୨ ଟା ରେ ଉଠିବ ମହାଦୀପ।
ରାଉରକେଲା:୧୪/୨(ସତ୍ୟାନ୍ୟୁଜ) ରାତି ପାହିଲେ ମହା ଶିବରାତ୍ରି। ଏଥିପାଇଁ ଶୈବ୍ୟ ପୀଠ ବେଦବ୍ୟାସ ରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ମହା ଶିବରାତ୍ରି ଏବଂ ଜାଗର ମେଳା ପାଇଁ ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରା ଯାଇଛି। ଏହାଛଡା ୨୦୦ ରୁ ଉର୍ଦ୍ଧ୍ବ ହୋମ୍ ଗାର୍ଡ ଏବଂ ଟ୍ରାଫିକ ପୋଲିସ ମଧ୍ୟ ମୁତୟନ କରା ଯାଉଛି। ଏଥିପାଇଁ ଆଜି ରାଉରକେଲା ପୋଲିସ ପକ୍ଷରୁ ବେଦବ୍ୟାସ ରେ ବ୍ରିଫିଂ କରା ଯାଇଥିଲା। ବ୍ରାହ୍ମଣୀ ନଦୀ କୂଳରେ ଥିବା ଏହି ଶୈବ ପୀଠ ରେ ଆସନ୍ତାକାଲି ଦେବଦେବ ମହାଦେବ ଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବା ନେଇ ଅନୁମାନ କରା ଯାଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଏବଂ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରତି ବର୍ଷ ବ୍ୟାପକ ବ୍ୟବସ୍ଥା କରା ଯାଇଛି। ଚଳିତ ବର୍ଷ ମନ୍ଦିର ର ପୁନରୁଦ୍ଧାର କାମ ଚାଲିଥିବାରୁ ଦର୍ଶନ ପାଇଁ ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ କରା ଯାଇଛି। ଚଳିତ ବର୍ଷ ମନ୍ଦିର ର ସମ୍ମୁଖ ଦ୍ୱାର ଦେଇ ଶ୍ରଦ୍ଧାଳୁ ବାଲୁଙ୍କେଶ୍ୱର ମନ୍ଦିର ରେ ଦର୍ଶନ କରିବେ। ଆଜି ଭୋର୍ ୩ ଟା ରୁ ମନ୍ଦିର ଦ୍ଵାର ଖୋଲା ଯିବ। ଆସନ୍ତାକାଲି ମହାଦୀପ ରାତି ୨ ଟା ବେଳେ ଉଠିବ। ଜିଲ୍ଲାପାଳ ଚନ୍ଦ୍ରଶେଖର ମନ୍ଦିରରେ ମହାଦୀପ ଉଠାଇବେ ଏବଂ ରାଉରକେଲା ଏସପି ବାଲୁଙ୍କେଶ୍ୱର ମନ୍ଦିରରେ ମହାଦୀପ ଉଠାଇବେ।
ଅନ୍ୟପକ୍ଷରେ ମହାଶିବରାତ୍ରି ଉପଲକ୍ଷେ ଏଠାରେ ୧୫ ଦିନ ପାଇଁ ମେଳା ଲାଗିଛି। ମେଳାର ସବୁଠାରୁ ବଡ ଆକର୍ଷଣ ଥାଏ ବିଭିନ୍ନ ପ୍ରକାର ର ଦୋଳି ଖେଳ। ଚଳିତ ବର୍ଷ ପ୍ରାୟ ୧୦ ପ୍ରକାରର ଦୋଳି ଖେଳ ଉପଲବ୍ଧ ଅଛି। ଏବେ ଦୋଳି ସହ ବିଭିନ୍ନ ଆମୋଦ ପ୍ରମୋଦ ସାମଗ୍ରୀ ଲଗା ଯାଇଛି। ଏହାସହ ମେଳା ଲାଗି ବାହାର ରାଜ୍ୟରୁ ଆସିଥିବା ମିଷ୍ଟାନ୍ନ ଦୋକାନ ମାନ ମଧ୍ୟ ଲାଗି ସାରିଲାଣି। ଶାନ୍ତି ଶୃଙ୍ଖଳା ସହ ମହା ଶିବରାତ୍ରି ପାଳନ ପାଇଁ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।