ରାଉରକେଲା : ଭୋଟର ତାଲିକା ସଂଶୋଧନ ନାଁ ରେ ନାଗରିକତ୍ଵ ଯାଞ୍ଚ ପ୍ରକ୍ରିୟା ଅସାମ୍ବିଧାନିକ ଦାବି କରି ସିପିଏମ୍ ର ବିକ୍ଷୋଭ।

0 144

ରାଉରକେଲା:୮/୮(ସତ୍ୟାନ୍ୟୁଜ)
କେନ୍ଦ୍ର ନିର୍ବାଚନ କମିଶନ ଭୋଟର ତାଲିକା ର ଗଭୀର ସ୍ଵତନ୍ତ୍ର ନିରିକ୍ଷଣ ବା ( ଏସ ଆଇ ଆର୍) ଜରିଆରେ ଭୋଟର ତାଲିକା ସଂଶୋଧନ ନାଁ ରେ ଦେଶବାସୀଙ୍କ ନାଗରିକତ୍ବ ଯାଂଚ କରିବା ପ୍ରକ୍ରିୟା ଯାହା ବିହାର ରୁ ଆରମ୍ଭ କରି ବର୍ତମାନ ଦେଶ ତମାମ ଲାଗୁ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ତାହା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ବୋଲି ସି ପି ଆଇ ଏମ୍ ପକ୍ଷରୁ ପ୍ରତିବାଦ କରିବା ସହିତ ଆଜି ଦେଶ ତମାମ ନିର୍ବାଚନ ଆୟୋଗ ଙ୍କ ଏପରି କ୍ଷମତା ବହିଃ ବୃତ୍ତ କାର୍ଯ୍ୟ ବିରୁଦ୍ଧରେ ଜିଲ୍ଲା ର ସଦର ମହକୁମା ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ଆହ୍ୱାନ କରାଯାଇଥିଲା ବେଳେ ସି ପି ଆଇ ଏମ୍ ରାଉରକେଲା ଆଂଚଳିକ କମିଟି, ରଘୁନାଥ ପାଲି ଆଂଚଳିକ ସାଂଗଠନିକ କମିଟି,ବିଶ୍ରା ଶାଖା ପକ୍ଷରୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ନିର୍ବାଚନ ଆୟୋଗ ଙ୍କ ନିକଟକୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।
ସି ପି ଆଇ ଏମ୍ ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନ ସଭାପତିତ୍ବରେ ଅନୁଷ୍ଠିତ ଏହି ବିକ୍ଷୋଭ ରେ ପାର୍ଟିର ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ଜିଲ୍ଲା କମିଟି ସଦସ୍ୟ ବି ପି ମହାପାତ୍ର,ରଘୁନାଥପାଲି ଆଂଚଳିକ ସାଂଗଠନିକ କମିଟି ଆବାହକ ହୃଦୟାନନ୍ଦ ଯାଦବ, ବିଶ୍ଵଜିତ ମାଝୀ, ଚନ୍ଦ୍ରଭାନୁ ଦାସ, ଲକ୍ଷ୍ମୀଧର ନାୟକ, ସୁରେନ୍ଦ୍ର ମହାନ୍ତି, ପ୍ରଭାତ ମହାନ୍ତି, ଅରୁଣ ମହାରଣା, ସୁବାସ ବର୍ଦ୍ଧନ, ବିନୟ ବେହୁରିଆ, ପ୍ରଦୀପ ସେଠୀ ପ୍ରମୁଖ ବକ୍ତବ୍ୟ ରଖି ନିର୍ବାଚନ ଆୟୋଗ ସ୍ବତନ୍ତ୍ର ସାମ୍ବିଧାନିକ ପଦବୀ ହୋଇଥିବାରୁ ଆୟୋଗ ଏହାର ଗରୀମା ବଜାୟ ରଖିବା ସହିତ ଜନ ଗଣ ଙ୍କ ମଧ୍ୟରେ ବିଶ୍ୱସନୀୟତା ବଜାୟ ରଖିବା ଆବଶ୍ୟକ ବୋଲି କହିଥିଲେ ନଚେତ୍ ଏହା ଭାରତୀୟ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ପ୍ରତି ଏକ ଜଟିଳ ପ୍ରଶ୍ନବାଚୀ ସୃଷ୍ଟି କରିବ। ନିର୍ବାଚନ ଆୟୋଗ ସରକାରୀ ଦଳର ହାତବାରିଶି ନ ହୋଇ ଏହି ଏସ ଆଇ ଆର୍ କୁ ତୁରନ୍ତ ବାତିଲ କରିବା ପାଇଁ ଦାବି କରିଥିଲେ।ନାଗରିକଙ୍କ ସାମ୍ବିଧାନିକ ଓ ଗଣତାନ୍ତ୍ରିକ ଅଧିକାର କୁ ଛଡ଼ାଇ ନେବାର ଅଧିକାରୀ ନିର୍ବାଚନ ଆୟୋଗ ଙ୍କ ନାହିଁ। ଦେଶବାସୀଙ୍କ ନାଗରିକତ୍ବ ଯାଂଚ କରିବା ତାଙ୍କର କ୍ଷମତା ବହିଃ ବୃତ୍ତ କାର୍ଯ୍ୟ ତେଣୁ ଆୟୋଗ ଏଥିରୁ କ୍ଷାନ୍ତ ହେବାକୁ ବକ୍ତାମାନେ ଚେତାଇ ଦେଇଛନ୍ତି।
ଏହି ବିକ୍ଷୋଭ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଦିବାକର ମହାରଣା,ସୁଧାଂଶୁ ଜେନା, ଅନାଦି ସାହୁ,ବଛିରାମ ବେହେରା, ସାଗର ଛୋଟରାୟ, ଶୁଭେନ୍ଦୁ ମହାନ୍ତି, ତଲତ ମେହେମୁଦ, ପ୍ରମୋଦ ପରିଡ଼ା,ବୁଧନୀ ମୁଣ୍ଡାରୀ, ଶାନ୍ତି ମିଞ୍ଜ, ଶକୁନ୍ତଳା ମହାକୁଡ଼,କେଶବ ସାହୁ,ରାଜୁ ସୋନା ପ୍ରମୁଖ ପରିଚାଳନା କରିଥିଲେ।

Leave A Reply

Your email address will not be published.