ରାଉରକେଲା : ଜନତାଙ୍କ ରକ୍ଷକ ପୋଲିସଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀ ମାନେ।। ରକ୍ଷା ବନ୍ଧନର ଗୋଟିଏ ଦିନ ପୂର୍ବରୁ ଥାନାରେ ଉତ୍ସବ ରେ ମାହୋଲ୍।
“ଦେଶ ପାଇଁ ଗୋଟିଏ ରାକ୍ଷୀ” ନାମରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ
ରାଉରକେଲା:୮/୮(ସତ୍ୟାନ୍ୟୁଜ) ରକ୍ଷା ବନ୍ଧନ ଉତ୍ସବର ଗୋଟିଏ ଦିନ ପୂର୍ବରୁ ରାଉରକେଲା ବନ ବନ୍ଧୁ ପରିଷଦ ପକ୍ଷରୁ ଦେଶ ପାଇଁ ଗୋଟିଏ ରାକ୍ଷୀ ନାମରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଆୟୋଜନ କରିଯାଇଥିଲା। ଦେଶର ରକ୍ଷକ।ପୋଲିସ୍ ହାତରେ ରାକ୍ଷୀ ବାନ୍ଧି ଦେଇଥିଲେ ଭଉଣୀ ମାନେ।ରାଉରକେଲା ସହରର ପ୍ଲାଣ୍ଟ ସାଇଟ୍ , ଉଦିତ ନଗର , ରଘୁନାଥପାଲ୍ଲୀ ପୋଲିସ ଷ୍ଟେସନ ପରିସରରେ ଭଉଣୀମାନେ ସଂଗଠନ ପକ୍ଷରୁ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ପୋଲିସ ଅଧିକାରୀଙ୍କ ସହିତ ପୋଲିସ୍ କର୍ମଚାରୀଙ୍କୁ ରାକ୍ଷୀ ବାନ୍ଧିବା ସହ ସେମାନଙ୍କର ଦୀର୍ଘ ଜୀବନ କାମନା କରିଥିଲେ। ଏଥିସହିତ ସେମାନଙ୍କୁ ରକ୍ଷାବନ୍ଧନର ଅଭିନନ୍ଦନ ମଧ୍ୟ ଜଣାଇଥିଲେ। ରକ୍ଷାବନ୍ଧନ ପାଇଁ ଭଉଣୀମାନେ ସେମାନଙ୍କୁ ମିଠା ଖୁଆଇ ଦୀର୍ଘ ଜୀବନ କାମନା କରିଥିଲେ। ଏହି ଅବସରରେ ବନ ବନ୍ଧୁ ପରିଷଦ ରାଉରକେଲାର ସଭାପତି ରାଜେଶ ଅଗ୍ରୱାଲ, ଉପାଧ୍ୟକ୍ଷ ବିକାଶ ଗୁପ୍ତା, ସମ୍ପାଦକ ବିକାଶ ଅଗ୍ରୱାଲ, କୋଷାଧ୍ୟକ୍ଷ ନଟବର ବାଗାଡିଆଙ୍କ ସମେତ ଶ୍ରେୟାଂଶ ମୁସାଦ୍ଦୀ, ପ୍ରୟାଲ ମୁସାଦ୍ଦୀ, ନେହା ଅଗ୍ରୱାଲ, ସାରିକା ଅଗ୍ରୱାଲ, ବିନାୟକ ଅଗ୍ରୱାଲ, ବିବେକ ଗର୍ଗ, ରୋହିତ ଅଗ୍ରୱାଲ ଏବଂ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ।
ରାକ୍ଷୀ ବାନ୍ଧିବାକୁ ଆସିଥିବା ଭଉଣୀମାନେ ଏହି ଅବସରରେ ପୋଲିସ ଥାନା ଅଧିକାରୀମାନଙ୍କୁ ସ୍ମାରକୀ ପ୍ରଦାନ କରିଥିଲେ।