ରାଉରକେଲା : ଦୀନା ଦସ୍ତାଗୀର୍ ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଯୋଗଦେଲେ।। ଲୋକଙ୍କ ସହ ମିଳିମିଶି ଉନ୍ନତି ମୂଳକ କାମ କରିବା କୁ କହିଲେ ଦସ୍ତାଗୀର୍।

0 1,937

ରାଉରକେଲାର ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କର ଯୋଗଦାନ

ରାଉରକେଲା:୨୮/୭/(ସତ୍ୟା ନ୍ୟୁଜ) ରାଉରକେଲାର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଆଜି ଦୀନା ଦସ୍ତଗୀର୍ ଯୋଗ ଦେଇଛନ୍ତି। ସେ ୨୦୨୧ ବ୍ୟାଚର ଭାରତୀୟ ପ୍ରଶାସନିକ ଅଧିକାରୀ ଏହା ପୂର୍ବରୁ ବ୍ରହ୍ମପୁର ର ଉପଜିଲ୍ଲାପାଳ ଭାବରେ କାର୍ଯ୍ୟ କରିଛନ୍ତି l  ଆଜି କାର୍ଯ୍ୟରେ ଯୋଗ ଦେଲାପରେ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କୁ ଭେଟ କରିଥିଲେ l
 ଏହି ଅବସରରେ ସୁଶ୍ରୀ ଦସ୍ତଗୀର୍ କହିଥିଲେ ଯେ ରାଉରକେଲା ର ଏଡିଏମ ଦାୟିତ୍ବ ମିଳିଥିବାରୁ ସେ ଅତ୍ୟନ୍ତ ଖୁସି ଅଛନ୍ତି l ରାଉରକେଲା ଏକ ସୁନ୍ଦର ସହର l ଯାହା ବି ଅଂଚଳର ପ୍ରମୁଖ ସମସ୍ୟା ରହିଛି ତାକୁ ବୁଝିବାକୁ ଚେଷ୍ଟା କରିବି ଏବଂ ପ୍ରଶାସନ ଓ ଅଂଚଳର ଲୋକଙ୍କ ସହିତ ମିଲିମିଶି ଏ ଦିଗରେ କାର୍ଯ୍ୟକରିିିବି l

Leave A Reply

Your email address will not be published.