ରାଉରକେଲା : ବିସ୍ପୋରକ ସାମଗ୍ରୀ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଗିରଫ।। ବଣାଇ ନୂଆପାଲିରେ ଥିବା ବିସ୍ପୋରକ ଗୋଦାମ ଉପରେ ପୋଲିସ୍ ର ଚଢାଉ।ରାଉରକେଲା:୩/୬(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କେ ବଳଙ୍ଗ ଥାନା ଅଞ୍ଚଳ ରେ ମାଓବାଦୀ ମାନେ ୪ ଟନ୍ ବିସ୍ପୋରକ ସାମଗ୍ରୀ ଲୁଟି ନେବା ପରେ ରାଉରକେଲା ପୋଲିସ ସତର୍କ ହୋଇ ଯାଇଛି। ବାଙ୍କୋ ନିକଟ ତିରିଲିପୋଷି ଜଙ୍ଗଲ ରେ ସର୍ଚ୍ଚ ଅପରେସନ ବେଳେ ପୋଲିସ ଲୁଟ୍ ହୋଇଥିବା ଅଢେଇ ଟନ୍ ବିସ୍ପୋରକ ସାମଗ୍ରୀ ଜବତ କରିଛି। ଏହି ବିସ୍ପୋରକ ଜିଲ୍ଲାର ବଡ଼ଗାଁ ଥାନା ଅଞ୍ଚଳ ରୁ ବାଙ୍କୋ ଯାଉଥିଲା। ଗତକାଲି ଏହି ଗୋଦାମରୁ ଦୁଇ ଟି ବିସ୍ପୋରକ ଭର୍ତ୍ତି ଭ୍ୟାନ ଯାଉଥିବା ବେଳେ ରଘୁନାଥପାଲି ଥାନା ପୋଲିସ୍ ଭ୍ୟାନ ଜବତ କରିଛି। ଏହା ସହ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଏବଂ ଡ୍ରାଇଭର କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ଅନ୍ୟପକ୍ଷରେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ତଳିତା ନିକଟ ନୂଆପାଲିରେ ଥିବା ଏକ ବାରୂଦ ଗୋଦାମ ଉପରେ ପୋଲିସ୍ ପକ୍ଷରୁ ଚଢାଉ କରାଯାଇ କାଗଜ ପତ୍ର ଯାଞ୍ଚ କରା ଯାଉଛି। ଜିଲ୍ଲାର କେ ବଳଙ୍ଗ ଥାନା ବାଙ୍କୋ ନିକଟରୁ ମେ ୨୭ ତାରିଖ ଦିନ ମାଓବାଦୀ ମାନେ ଏକ୍ସପ୍ଲୋଜିଭ ଭ୍ୟାନ୍ ରୁ ୪ ଟନ୍ ବିସ୍ପୋରକ ସାମଗ୍ରୀ ଲୁଟି ନେବା ପରେ ବିସ୍ପୋରକ ପରିବହନ ବେଳେ ଏସ ଓ ପି ପାଳନ କରା ଯାଉ ନଥିବା ଜଣା ପଡିଥିଲା। ଏ ନେଇ ବିଭିନ୍ନ ବାରୁଦ୍ ଗୋଦାମ ଏବଂ ଏକ୍ସପ୍ଲୋଜିଭ୍ ସଂସ୍ଥା ପୋଲିସ୍ ସ୍କାନର୍ ରେ ଥିଲେ। ଓଡିଶା 0 152 Share Continue Reading 0 152 Share