ବଣାଇ : ବଣାଇ ବାସୀଙ୍କ ବହୁ ଦିନର ସ୍ବପ୍ନ ପୂରଣ ହେଲା।। ବ୍ରାହ୍ମଣୀ ନଦୀ ତୁମକେଲା ଘାଟରେ ନିର୍ମାଣଧିନ ବ୍ରିଜ କାମ ସମ୍ପୂର୍ଣ୍ଣ ହେଲା।। ଯାତାୟତ ଆରମ୍ଭ।
ବଣାଇ : ୨୧/୫(ସତ୍ୟାନ୍ୟୁଜ) ବଣାଇ ବାସୀଙ୍କ ବହୁ ଆକାଂକ୍ଷିତ ସ୍ବପ୍ନ ସାକାର ହେଲା। ବ୍ରାହ୍ମଣୀ ନଦୀ ଉପରେ ତୁମକେଲା ଘାଟରେ ନିର୍ମାଣଧିନ ବ୍ରିଜ ର କାମ ସମ୍ପୂର୍ଣ୍ଣ ହେଲା। ୪୧ କୋଟି ୮୦ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ଏହି ବ୍ରିଜ୍ ରେ ୧ ଜୁନ୍ ରୁ ବିଧବିଧ ଭାବେ ଯାତାୟତ ହେବାକୁ ଥିବା ବେଳେ ଏବେ ଠାରୁ ଲୋକମାନେ ଯିବା ଆସିବା ଆରମ୍ଭ କରି ଦେଲଣି। ପୂର୍ବରୁ ତୁମକେଲା ଘାଟରେ ଡଙ୍ଗା ଯୋଗେ କାର , ବାଇକ୍ ନେଇ ଲୋକ ମାନେ ନଦୀ ପାର ହେଉଥିଲେ। ପରେ ଖରା ଦିନେ ସେଠାରେ ଏକ କାଠ ରେ ତିଆରି ପୋଲ ବେସରକାରୀ ଭାବେ ନିର୍ମାଣ କରାଯାଇ ଯାତାୟତ ହେଉଥିଲା। ସ୍ବାଧୀନତାର ବହୁ ବର୍ଷ ପରେ ରଜାମୁଣ୍ଡା – ବାରକୋଟ୍ ରୋଡ ର ବ୍ରାହ୍ମଣୀ ନଦୀ ଉପରେ ଏକ ବ୍ରିଜ୍ ନିର୍ମାଣ କରା ଯାଇଥିଲା। ମାତ୍ର ଲୋକମାନେ ସେପଟେ ବୁଲି ବଣାଇ ଯିବାକୁ ୨୦ କିଲୋମିଟର ଅଧିକ ରାସ୍ତା ପଡୁଥିଲା ଏବେ ତୁମକେଲା ଘାଟ ବ୍ରିଜ ସମ୍ପୂର୍ଣ ହୋଇ ଥିବାରୁ ରାଉରକେଲା ଏବଂ ଜିଲ୍ଲା ମୁଖ୍ୟାଳୟ ସୁନ୍ଦରଗଡ଼ ସହ ସିଧାସଳଖ ସଂଯୋଗୀକରଣ ହୋଇ ପାରିଥିବାରୁ ବଣାଇ ବାସୀ ବେଶ ଖୁସି।