ରାଉରକେଲା : ‘ମୁଁ ବି ହେବି ସୋଫିଆ’।। ଆଜି ଦେଶର ଅଧିକାଂଶ ଝିଅଙ୍କ ଏହି ଲକ୍ଷ।। ଛୋଟ ଛୋଟ ଝିଅଙ୍କୁ ଦିଆ ଯିବ ପ୍ରଶିକ୍ଷଣ।

0 321

ରାଉରକେଲା:୨୦/୫(ସତ୍ୟାନ୍ୟୁଜ) ମୁଁ ବି ହେବି ସୋଫିଆ। ମହିଳା ସେନା ଅଧିକାରୀ ସୋଫିଆ କୁରେଶୀଙ୍କ ବିରତ୍ଵ ଏବଂ ଦେଶ ଭକ୍ତି ରେ ଆଜି ଅନୁପ୍ରାଣିତ ହେଉଛନ୍ତି ଦେଶର ବହୁ ଝିଅ। ସେମାନେ ବି ସୋଫିଆଙ୍କ ପରି ହେବାକୁ ଆଶା ରଖୁଛନ୍ତି। ବୀର ଯବାନଙ୍କ ବିରତ୍ଵକୁ ସମ୍ମାନ ଦେବା ଏବଂ ସେମାନଙ୍କ ମନୋବଳ ବୃଦ୍ଧି ପାଇଁ ଆଜି ରାଉରକେଲା ନୟା ବଜାର ଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଯୋଗ ଦେଇ ଏକ ଓ ଆର୍ ଏସ କେନ୍ଦ୍ର ସହ ଜଳଛତ୍ରର ଉଦଘାଟନ କରିଥିଲେ। ବିଶେଷ ଭାବେ ଦେଶର ବୀର ଝିଅ ସୋଫିଆ କୁରେଶୀ ଙ୍କ ସମ୍ମାନରେ ଏହି କାର୍ଯ୍ୟକ୍ରମର ଆୟୋଜନ କରା ଯାଇଥିଲା। ଆଜି ଦେଶର ମହିଳା ସେନା ଅଧିକାରୀ ସୋଫିଆ କୁରେଶି ଙ୍କ ଚର୍ଚ୍ଚା ସବୁଆଡେ ହେଉଛି। ତାଙ୍କର ଦେଶ ପ୍ରତି ତ୍ୟାଗ ଏବଂ ବିରତ୍ୱରେ ଅନୁପ୍ରାଣିତ ହୋଇ ଝିଅ ମାନେ ଭବିଷ୍ୟତରେ ତାଙ୍କ ପରି ହେବାକୁ ଲକ୍ଷ ରଖି ଛନ୍ତି। ଛୋଟ ଛୋଟ ଝିଅ ମାନଙ୍କ ଏହି ସ୍ବପ୍ନକୁ ସାକାର କରିବା ଲାଗି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ପ୍ରଚେଷ୍ଟାରେ ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣ ଝିଅଙ୍କୁ ମାଗଣାରେ ପ୍ରଶିକ୍ଷଣ ଦିଆ ଯାଉଛି। ମୁଖ୍ୟତଃ ଶାରୀରିକ ଫିଟନେସ୍ ସହ ମାର୍ସିଆଲ ଆର୍ଟ ଏବଂ ଅନ୍ୟ ଟ୍ରେନିଂ ଦିଆ ଯିବାର ବ୍ୟବସ୍ଥା କରା ଯାଉଛି।

Leave A Reply

Your email address will not be published.