ସୁନ୍ଦରଗଡ଼ : ପ୍ରଦୂଷଣ ଯୋଗୁଁ ଅତିଷ୍ଠ ଗ୍ରାମବାସୀ।। ଥଇଥାନ ଏବଂ କ୍ଷତିପୂରଣ ଦାବୀରେ ଆନ୍ଦୋଳନକୁ ଓଲ୍ଲାହିଲେ ଗ୍ରାମବାସୀ।
ସୁନ୍ଦରଗଡ଼ : ୧୦/୨(ସତ୍ୟାନ୍ୟୁଜ) କାରଖାନା ଏବଂ ପାଉଁଶ ପୋଖରୀ ମଝିରେ ରହିଛି ଜନବସତି। ଧୂଳି ଧୁଆଁ ରେ ଜୀବନ ଅତିଷ୍ଠ ହେଲା ପରେ ବାଧ୍ୟ ହୋଇ ଆଜି ଆନ୍ଦୋଳନ କୁ ଓହ୍ଲାଇଛନ୍ତି ପ୍ରଭାବିତ ଗ୍ରାମବାସୀ। ଦର୍ଲିପାଲି ରେ ଥିବା ଏନ୍ ଟି ପି ସି ପାୱାର ପ୍ଲାଣ୍ଟର ବର୍ଜ୍ୟ ଫ୍ଲାଏ ଆସ୍ ପୋଖରୀ ଯୋଗୁଁ ସମସ୍ୟା ଭୋଗୁଥିବା ବରୋବୋଗା ଏବଂ ଆଲୁପଡ଼ା ଗ୍ରାମବାସୀ ଆଜି ସକାଳୁ ଫ୍ଲାଏ ଆସ୍ ଏବଂ ପାୱାର ପ୍ଲାଣ୍ଟ କୁ ବନ୍ଦ କରି ଆନ୍ଦୋଳନ ଆରମ୍ଭ କରିଛନ୍ତି । ଆନ୍ଦୋଳନ କାରୀଙ୍କ ସହ ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂ ଏବଂ ସମାଜସେବୀ ଡକ୍ଟର ହିମାଂଶୁ ଷଡ଼ଙ୍ଗୀ ସାମିଲ ହୋଇଛନ୍ତି । ଉକ୍ତ ସ୍ଥାନରୁ ବିସ୍ଥାପନ କରି ଅନ୍ୟତ୍ର ଥଇଥାନ ସହ କ୍ଷତିପୂରଣ ଦେବାକୁ ୧୦ ବର୍ଷ ହେଲା ଦାବି ହେଉଛି। ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଦାବି ଜଣାଇବା ପରେ ମଧ୍ୟ ସମାଧାନ ର ବାଟ ବାହାରି ପାରିଲା ନାହିଁ। ଫଳରେ ଆଜି ବାଧ୍ୟ ହୋଇ ପ୍ରଭାବିତ ଲୋକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ଦାବି ପୂରଣ କରାଯିବା ନେଇ କମ୍ପାନୀ ଯେପର୍ଯ୍ୟନ୍ତ ପ୍ରତିଶ୍ରୁତି ନଦେଇଛି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ଉପ ଜିଲ୍ଲାପାଳ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି ।